www.samajalive.in
Sunday, December 14, 2025
14.1 C
Bhubaneswar

ଓଡିଶା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ

କେନ୍ଦୁଝରଗଡ଼ : ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ଠାରେ ରବିବାର ଓଡିଶା ସରକାରୀ ହାଇସ୍କୁଲ ଶିକ୍ଷକ (ନୂତନ ପେନସନ ଯୋଜନାଭୁକ୍ତ) ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା । ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ନିୟମିତ କରିବା, ୨୦୦୪ରୁ ୨୦୧୦ ମଧ୍ୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ୬ଟି ନୋସନାଲ ବର୍ଦ୍ଧିିତ ବେତନ ପ୍ରଦାନ, ନୂତନ ପେନସନ ଯୋଜନାକୁ ଉଛେଦ କରି ପୂର୍ବ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଆଦି ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଚଳିତମାସ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଏହି ଦାବିଗୁଡିକୁ ପୁରଣ ନକଲେ ୨୬ ତାରିଖରୁ ସାମୁହିକ ଛୁଟିରେ ରହି ଭୁବନେଶ୍ୱରେ ଠାରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ସଭାପତି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି। ଏହି ଅବସରରେ ସଂଘର ଆଗାମୀ ୩ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଆବାହକ ଭାବେ ମୃତ୍ୟୁଞ୍ଜୟ ପଲେଇ, ସଭାପତି ଭାବେ ସୁଧାକର ପଣ୍ଡା, କାର୍ଯ୍ୟକାରୀ ସଭାପତି ରବିନାରାୟଣ ବାରିକ, ଉପସଭାପତି ଶୁଭପ୍ରଦାୟିନୀ ପାତ୍ର, ପ୍ରଦୀପ କୁମାର ପାତ୍ର ଓ ବାଦଲ କୁମାର ଜେନା, ସାଧାରଣ ସମ୍ପାଦକ ଭାବେ ମନୋଜ କୁମାର ପଣ୍ଡା, ସଙ୍ଗଠନ ସମ୍ପାଦକ ସୁବ୍ରତ କୁମାର ଲେଙ୍କା, ଯୁଗ୍ମସମ୍ପାଦକ ଭାବେ ଅଜ୍ଞାନ କୁମାର ଚାନ୍ଦ ଓ ଲଲାଟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ମାନସ କୁମାର ଜେନା, ସହକୋଷାଧ୍ୟକ୍ଷ ପ୍ରକାଶ କୁମାର ବିଶ୍ୱାଳ, ଜିଲା ସଂଯୋଜକ ଭାବେ ପ୍ରଶାନ୍ତ କୁମାର ପରିଡା ଓ ରାଜ୍ୟ ସଂଯୋଜକ ଭାବେ ଆନନ୍ଦ ଚନ୍ଦ୍ର ସାହୁ ଏବଂ ମିଡିଆ ସେଲ ସମ୍ପାଦକ ଭାବେ ସେଜନ୍ୟ ପଣ୍ଡା ମନୋନୀତ ହୋଇଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories