ନିର୍ବାଚନ ନ ଲଢ଼ିବାକୁ ମିଲିନ୍ଦ ଦେଓରାଙ୍କ ଧମକ

0

ମୁମ୍ବଇ : ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟାକୁ ନେଇ ମୁମ୍ବଇ କଂଗ୍ରେସରେ ପୁନର୍ବାର ବିବାଦ ସାମ୍ନାକୁ ଆସିଛି। ମୁମ୍ବଇ ଦକ୍ଷିଣ ଆସନର ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ଏଥି ପାଇଁ ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କୁ ଦୋଷାରୋପ କରିଛନ୍ତି। ପୂର୍ବରୁ ଦଳର ରାଜ୍ୟ ସଭାପତି ପଦ ପାଇଁ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ଏବଂ ଦେଓରା ପରାଜିତ ହୋଇଥିଲେ। ନିରୁପମ ରାଜ୍ୟରେ ଦଳକୁ ଉଜ୍ଜୀବିତ କରିବାରେ ବିଫଳ ହୋଇଛନ୍ତି ଓ ଘରେ ବସିଥିବା କଂଗ୍ରେସ ନେତାଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁୂତ କରିବାରେ ବିଫଳ ହୋଇଛନ୍ତି ବୋଲି ଦେଓରା ଅଭିଯୋଗ କରିଛନ୍ତି। ଦଳରେ ବିବାଦ କାରଣରୁ ସୁନିଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିବା ଚିନ୍ତାଜନକ ବୋଲି ସେ କହିଛନ୍ତି। ନିରୁପମ ମୁମ୍ବଇ ପଶ୍ଚିମ ଆସନରୁ ଲଢ଼ିବା ପାଇଁ ଜିଦ୍‌ ଧରିଥିବାରୁ ବିବାଦ ଉପୁଜିଛି।

Leave A Reply