www.samajalive.in
Monday, December 15, 2025
14.1 C
Bhubaneswar

ଟିଭିରେ ହେବ ମିକାଙ୍କ ସ୍ବୟଂବର

ମୁମ୍ବଇ: ନ୍ୟାଶନାଲ୍‌ ଟେଲିଭିଜନରେ ଆପଣ ପୂର୍ବରୁ ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କୁ ନିଜ ସାଥୀ ଖୋଜୁଥିବାର ଦେଖିଥିବେ। ଟିଭିରେ ଜୀବନସାଥୀ ଖୋଜିବାର ଟ୍ରେଣ୍ଡ୍ ବହୁତ ଆଗରୁ ଚାଲି ଆସିଛି। ରତନ ରାଜପୁତ, ରାକ୍ଷୀ ସାୱନ୍ତଙ୍କ ଭଳି କଳାକାର ଟିଭିରେ ସ୍ବୟଂବର କରିଛନ୍ତି। କିନ୍ତୁ ଏବେ ବଲିଉଡ଼ର ପ୍ରସିଦ୍ଧ ଗାୟକ ମିକା ସିଂହ ଏକ ରିୟାଲିଟି ଶୋ’ରେ ନିଜ ଜୀବନସାଥୀ ଖୋଜୁଥିବା ଦେଖିବାକୁ ମିଳିବ।

ରିପୋର୍ଟ ଅନୁସାରେ, ମିକା ସିଂହ ଟିଭିରେ ନିଜର ସ୍ବୟଂବର କରିବେ। ଏହି ରିୟାଲିଟି ଶୋ’ ଆଗରୁ ହୋଇଥିବା ସ୍ବୟଂବର ଭଳି ହିଁ ହେବ। ଶୋ’କୁ କିଛି ମାସ ମଧ୍ୟରେ ପ୍ରସାରିତ କରିବାର ଯୋଜନା ରହିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମିକା ଶୋ’ରେ ବିବାହ କରିବେ ନାହିଁ। ସେ କେବଳ ନିର୍ବନ୍ଧ କରିବେ ଓ ଏହାପରେ ସେମାନେ ସେମାନଙ୍କର ସମ୍ପର୍କକୁ ଆଗକୁ ବଢାଇବେ। ଶୋ’ରେ ଭାଗ ନେବାକୁ ନେଇ ମିକା ଖୁବ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନେ ଏହି ଶୋ’ରେ ଅଂଶଗ୍ରହଣ କରିବେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories