www.samajalive.in
Saturday, December 6, 2025
17.1 C
Bhubaneswar

୫୦ ଫୁଟ ତଳକୁ ଖସିଲା କାର ; ଶିଶୁ ସମେତ ବଞ୍ଚିଗଲା ୭ ଜୀବନ

ରାଜସ୍ଥାନ : ଦୁର୍ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ଏକ କାର ୫୦ ଫୁଟ ତଳକୁ ଖସି ୩ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ଘଟିଛି ରାଜସ୍ଥାନର ଅଜମେରର ତାରାଗଡ ପାହାଡିଆ ଅଞ୍ଚଳରେ। ଦୁର୍ଗମ ମାର୍ଗରୁ ତଳକୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ଗୁଜରାଟର ବାସିନ୍ଦା ଗୋଟିଏ ପରିବାର ଯାତ୍ରା କରୁଥିଲେ। କାରଟି ପ୍ରାୟ ୫୦ ଫୁଟ୍‍ ଗଭୀର ଖାଇକୁ ଖସିବା ପରେ ଓଲଟି ଯାଇଥିଲା। କାରରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ଏକ ଶିଶୁ ମଧ୍ୟ ଥିଲା। କାରଟି ଖାଇକୁ ଖସିଥିଲେ ମଧ୍ୟ ଏହା ବୁଦା ମଧ୍ୟରେ ରହିଯାଇଥିଲା। ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅହମଦାବାଦ (ଗୁଜରାଟ)ର ଜାୟରିନ ତାରାଗଡ ଯାଇ କାରରେ ଫେରୁଥିଲେ। ପାହାଡ ରାସ୍ତାରେ କାରଟି ତଳକୁ ଖସିବା ସମୟରେ ବ୍ରେକ୍‍ କାମ ନକରିବା ଫଳରେ ୫୦ ଫୁଟ ତଳକୁ ଖସି ପଡିଥିଲା। ବୁଦାରେ ଲାଖି ରହିବାରୁ କେହି ଅଧିକ ଗୁରୁତର ହୋଇ ନାହାଁନ୍ତି। ଅଞ୍ଚଳରେ ଥିବା ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରେନ ଯୋଗେ କାରଟିକୁ ଉପରକୁ ଉଠା ଯାଇଥିଲା। କାରରେ ଭିତରୁ ମହିଳା ବାହାରିବା ପରେ ନିଜ ୩ ବର୍ଷରୁ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories