www.samajalive.in
Friday, December 12, 2025
14.1 C
Bhubaneswar

୫୦ ଫୁଟ ତଳକୁ ଖସିଲା କାର ; ଶିଶୁ ସମେତ ବଞ୍ଚିଗଲା ୭ ଜୀବନ

ରାଜସ୍ଥାନ : ଦୁର୍ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ଏକ କାର ୫୦ ଫୁଟ ତଳକୁ ଖସି ୩ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ଘଟିଛି ରାଜସ୍ଥାନର ଅଜମେରର ତାରାଗଡ ପାହାଡିଆ ଅଞ୍ଚଳରେ। ଦୁର୍ଗମ ମାର୍ଗରୁ ତଳକୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ଗୁଜରାଟର ବାସିନ୍ଦା ଗୋଟିଏ ପରିବାର ଯାତ୍ରା କରୁଥିଲେ। କାରଟି ପ୍ରାୟ ୫୦ ଫୁଟ୍‍ ଗଭୀର ଖାଇକୁ ଖସିବା ପରେ ଓଲଟି ଯାଇଥିଲା। କାରରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ଏକ ଶିଶୁ ମଧ୍ୟ ଥିଲା। କାରଟି ଖାଇକୁ ଖସିଥିଲେ ମଧ୍ୟ ଏହା ବୁଦା ମଧ୍ୟରେ ରହିଯାଇଥିଲା। ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅହମଦାବାଦ (ଗୁଜରାଟ)ର ଜାୟରିନ ତାରାଗଡ ଯାଇ କାରରେ ଫେରୁଥିଲେ। ପାହାଡ ରାସ୍ତାରେ କାରଟି ତଳକୁ ଖସିବା ସମୟରେ ବ୍ରେକ୍‍ କାମ ନକରିବା ଫଳରେ ୫୦ ଫୁଟ ତଳକୁ ଖସି ପଡିଥିଲା। ବୁଦାରେ ଲାଖି ରହିବାରୁ କେହି ଅଧିକ ଗୁରୁତର ହୋଇ ନାହାଁନ୍ତି। ଅଞ୍ଚଳରେ ଥିବା ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରେନ ଯୋଗେ କାରଟିକୁ ଉପରକୁ ଉଠା ଯାଇଥିଲା। କାରରେ ଭିତରୁ ମହିଳା ବାହାରିବା ପରେ ନିଜ ୩ ବର୍ଷରୁ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories