ଆଜି ରୁଷ-ୟୁକ୍ରେନ୍ ମଧ୍ୟରେ ବୈଠକ, ଯୁଦ୍ଧର ହୋଇପାରେ ସମାପ୍ତି

କିଭ୍: ଲାଗି ରହିଛି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲଢ଼େଇ । ଏହାରି ଭିତରେ ବେଲାରୁଷରେ ପହଞ୍ଚିଛନ୍ତି ୟୁକ୍ରେନର ପ୍ରତିନିଧି ମଣ୍ଡଳ । ଏନେଇ ରୁଷର ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି । ଆଜି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଅପରାହ୍ଣ ୩.୩୦ରେ ବୈଠକ ହେବ । ଏହି ବୈଠକରେ ଯୁଦ୍ଧକୁ ନେଇ କିଛି ଆଲୋଚନା ହୋଇପାରେ । ୟୁକ୍ରେନ ପୂର୍ବରୁ ବେଲାରୁଷରେ ଆଲୋଚନା କରିବାକୁ ମନା କରିଦେଇଥିଲା। ହେଲେ ବର୍ତ୍ତମାନ ଆଲୋଚନା କରିବାକୁ ରାଜି ହୋଇଛି । ଏହି ବୈଠକ ହେବାକୁ ନେଇ ସୋସିଆଲ ମିଡିଆରେ ରୁଷ ଏବଂ ୟୁକ୍ରେନ ପତାକା ସହିତ ଏକ ଲମ୍ବା ଟେବୁଲ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଲୋଚନା ପାଇଁ ଏହି ସ୍ଥାନ ପ୍ରସ୍ତୁତ କରାଯାଇଛି । ଗତ ସପ୍ତାହରେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ଆଜିକୁ ୫ ଦିନ ହେଲା ଏହି ଯୁଦ୍ଧ ଚାଲିଆସୁଛି । ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇଆଣିବାକୁ ବିଭିନ୍ନ ଦେଶ ମଧ୍ୟ ଅପିଲ କରିଛନ୍ତି । ଆଜିର ଏହି ବୈଠକ ଉପରେ ସମସ୍ତ ଦେଶଙ୍କ ନଜର ରହିଛି । ବୈଠକ ପରେ ଯୁଦ୍ଧ ବନ୍ଦ ହୋଇପାରେ ବୋଲି ଅନୁମାନ କରାଯାଇଛି ।
Comments are closed.