www.samajalive.in
Saturday, December 6, 2025
16.1 C
Bhubaneswar

କଲ୍ୟାଣ ସିଂହପୁର( ଖ) ଜୋନରେ ବିଜେଡିର ବାଜିମାତ୍‍

କଲ୍ୟାଣସିଂହପୁର  : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର (ଖ) ଜୋନରେ ବିଜେଡି ଦଳର ବାଜିମାତ। ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ର ଦ୍ୱିତୀୟ ପର୍ଯ୍ୟାୟ ମତ ଗଣନାରେ କଲ୍ୟାଣ ସିଂହପୁରର (ଖ) ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବୋମି ଗୌରିଦେବୀ  ୮୯୩୪ଭୋଟ ପାଇଥିବା ବେଳେ ନିକଟସ୍ଥ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ସମର୍ଥିତ ପ୍ରାର୍ଥୀନୀ  ସ୍ୱାତି ସାତନା ୬୫୪୨ ଭୋଟ ପାଇଥିଲେ । ସେଥିରୁ ୨୩୯୨ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ  ସୁଧାକର ରଇତ,ତହସିଲଦାର ଦେବାଶିଷ କର ଘୋଷଣା କରିଛନ୍ତି ।  ଘୋଷଣା ପରେ ବିଜେଡି ସମର୍ଥକ ,କର୍ମୀ ,ନେତାଙ୍କ ମଧ୍ୟରେ ରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି। ବାଣ ରସୋଣି ସହ ନବ ନିର୍ବାଚିତ ଜିଲ୍ଲା ପରିଷଦ ପ୍ରାର୍ଥନୀ ବୋମି ଗୌରିଦେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ପୁଲିସର କଡା ସୁରକ୍ଷା ବଳୟରେ ଗଣତି କରିଥିବା ବେଳେ ଏ ଡି ଏମ ଧର୍ମାନନ୍ଦ ବେହେରା, ସମସ୍ତ ବ୍ଲକ ଅଧିକାରୀ, , ପୁଲିସ ଅଧିକାରୀ ସୁକୁମା ହଂସୁଦା  ଉପସ୍ଥିତ ରହିଥିଲେ ।
ବିଜେଡି ପ୍ରାର୍ଥୀନୀ ବୋମି ଗୌରିଦେବୀ ବିଜୟୀ ହୋଇଥିବା ବେଳେ ୭ଟି ସରପଞ୍ଚ ଓ ୭ଟି ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଛନ୍ତି । ମାଝୀଗୁଡା ପଞ୍ଚାୟତର ସମିତି ସଭ୍ୟ ସୂର୍ଯ୍ୟ ନାଣକା ୭୩୧ , ଶିକରପାଇ ପଞ୍ଚାୟତର  ମିଣିଆକା ନାଗେଶ୍ୱର ୨୦୬,ପୂଜାରୀଗୁଡାପଞ୍ଚାୟତର ସେନ୍ତା ହୁଈକା ୩୨ , ପଲମା ପଞ୍ଚାୟତରେ  କ୍ରିଷ୍ଣା ରାଓ ଜାରକା ୧୭୩,ସେରିଗୁମା ପଞ୍ଚାୟତରେ ରାମାରାଓ  କାଡ୍ରାକା  ୬୪୯ ,କନ୍ଧ କାତିପାଡୁ ପଞ୍ଚାୟତରେ  ଶର୍ମିଳା କଣ୍ଡାଗରୀ ୧୮ ଭୋଟ ପାଇ ନିଜ ନିଜ ପ୍ରତିଦ୍ବନ୍ଦୀ ଠାରୁ ବିଜୟୀ  ହୋଇଥିବା ବେଳେ ସୁନାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ  ସମ୍ବରୁ କୁଲୁସିକା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୭ଟି ସରପଞ୍ଚ  ପ୍ରାର୍ଥୀ ସିକରପାଇ ର ଚୈତନ୍ୟ ତିଆକା ୨୮୯ ,ମାଝୀଗୁଡାର  ଶାନ୍ତି କଣ୍ଡାଗରି ୬୪୪, ସେରିଗୁମା ରେ ଦୀପାଇ ନାଚିକା ୧୭୬,ପୂଜାରୀଗୁଡା ରେ  ଅମିତା କାଡ୍ରାକା ୫୬,ସୁନାଖଣ୍ଡି ରେ ସଞ୍ଜୟ ନିସିକା ୧୫୦,ପଲମା ର ଅମିତା ହିମିରିକା ୧୮୦, ଓ ନୂତନ କନ୍ଧ କାତିପାଦୁରେ  ଲଚପତି ମିଣିଆକା ୪୮ଭୋଟ ନିଜ ନିଜ ପ୍ରତିଦ୍ବନ୍ଦୀ ଠାରୁ ଅଧିକା ଭୋଟ ପାଇଥିବାରୁ ଏହିମାନଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ,ଏବିଡିଓ ବଳରାମ ପାତ୍ର, ତହସିଲଦାର ଦେବାଶିଷ କର, ମାନସ ରଞ୍ଜନ ପ୍ରଧାନ ବିଜୟୀ ଘୋଷଣା କରିଥିଲେ । ଏଡିଏମ ଧର୍ମା ନନ୍ଦ ବେହେରା , ଅତିରିକ୍ତ ଜିଲା ଆରକ୍ଷୀ ଅଧିକାରୀ ଲଳିତା କୁମାର ପଟ୍ଟନାୟକ,ପୁଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥାରେ ଗଣତି କରାଯାଇଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories