www.samajalive.in
Sunday, December 7, 2025
26.1 C
Bhubaneswar

ଆନ୍ଧ୍ର ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ୧୭ ଦାଦନ

କଲମପୁର : ଦାଦନ ଶ୍ରମିକର ଦୁଃଖର ଅନ୍ତ ହେଉ ନାହିଁ କି ଦାଦନ ଶ୍ରମିକ ସମସ୍ୟାର ସମାଧାନ ହେଉ ନାହିଁ। କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତ ଗୋଡ଼ କାଟି ହେଇ ଫେରୁଛି ତ ଆଉ କେତେ ବେଳେ ଶବ ହେଇ ଫେରୁଛି। ପୁଣି କେତେବେଳେ ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରିବାକୁ ଯାଇ ଗୁରୁତର ଅବସ୍ଥାରେ ଘରକୁ ଫେରି ପରିବାରର ବୋଝ ପାଲଟୁଛି। ପୁଣି କିିଏ ନିଖୋଜ ହେଇଯାଉଛି। ବର୍ଷ ବର୍ଷ ଧରି ଖୋଜ ଖବର ପାଉ ନାହାନ୍ତି ପରିବାର। ସତେ ଯେମିତି ଦୁନିଆରୁ ଉଭାନ ହେଇଯାଉଛି। ଏଭଳି ବହୁ ଅଭିଯୋଗ ଆସୁଥିଲେ ମଧ୍ୟ କଳାହାଣ୍ଡି ପ୍ରଶାସନ ଅଥବା କୌଣସି ସରକାରୀ ଯୋଜନା ସଫଳ ହେଇ ପାରୁନାହିଁ ଦାଦନ ଚାଲାଣକୁ ରୋକିବା ପାଇଁ। ଅନେକ ସମୟରେ କଳାହାଣ୍ଡିର ଶ୍ରମିକ ଦାଦନ ଦଲାଲର ପ୍ରଲୋଭନ ର ଶିକାର ହେଇ ରାଜ୍ୟ ବାହାରେ ଅଧିକ ଉପାର୍ଜନ କରିବା ଆଶାରେ ରାଜ୍ୟ ବାହାରକୁ ଯାଉଛନ୍ତି। କିନ୍ତୁ ବହୁ ସମୟରେ ନିର୍ଯାତିତ ହେଉଛନ୍ତି। ମାଡ ଗାଳି ସହିତ ଜୀବନ ପ୍ରତି ବିପଦ ଥବା ସତ୍ତ୍ବେ ବାଧ୍ୟ ହେଇ ଖଟୁଛନ୍ତି। ଏଭଳି ଅକଥନୀୟ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ପ୍ରତିବାଦ କରିବାର ସାହାସ ରହୁ ନାହିଁ। ଦାଦନ ଦଲାଲ ବିଭିନ୍ନ ମାଲିକଙ୍କ ପାଖରେ ଛାଡି ଦେଇ ଫେରିବା ପରେ ବଢୁଛି ଶ୍ରମିକଙ୍କ ନିର୍ଯାତନା। ଏଭଳି ଏକ ଘଟଣା ବର୍ତମାନ କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଜୁନାଗଡ଼ ବ୍ଲକ ହାବସପୁର ଗାଁର ଦୁଇ ପରିବାର ସମେତ କଲମପୁର ବ୍ଲକ ଖଣ୍ଡିଗଙ୍ଗରୀଗୁଡାର ଗୋଟିଏ ପରିବାର ମୋଟ ଏହି ତନି ପରିବାରର ୮ ଜଣ ସଦସ୍ୟଙ୍କ ସମେତ ଖଣ୍ଡି ଡଙ୍ଗରୀଗୁଡାର ୯ ଜଣ ଶ୍ରମିକ ଜନୈକ ଦାଦନ ଦଲାଲର ପ୍ରଲୋଭନର ଶିକାର ହେଇ ଆନ୍ଧ୍ର ପ୍ରଦେଶର ମେହେବୁବ ନଗର ଅନ୍ତର୍ଗତ ମର୍କେଲ ଠାରେ ଥିବା ଏକ ଇଟା ଭାଟିରେ ନିର୍ଯାତନାର ଶିକାର ହେଉଛନ୍ତି।
ଦହନାପାଲି ଧର୍ମଗଡର ବାସିନ୍ଦା ଭାବେ ପରିଚୟ ଦେଇଥିବା ରାଧେଶ୍ୟାମ ବାଗ ନାମକ ଦାଦନ ଦଲାଲ ଜୁନାଗଡ଼ ବ୍ଲକ ଅଧୀନ ହାବସପୁର ଗାଁର ଶୁସାନ୍ତ ବାଗ ନିଜର ସ୍ତ୍ରୀ ବୁଧବାରୀ, ୧୨ ବର୍ଷିୟ ଝିଅ ଝିମିରୀ ଓ ଅନ୍ୟ ୬ ବର୍ଷର ଶିଶୁ ସମେତ ମାଙ୍ଗେଲାଲ ଛତ୍ରୀଆ ଓ ତାଙ୍କ ସ୍ତ୍ରୀ ସୁମତୀଙ୍କୁ ରାୟଗଡ଼ାଠାରେ କାମ କରିବା ପାଇଁ ପ୍ରଲୋଭିତ କରିଥିଲା। ଏହି ମାନଙ୍କ ପ୍ରରୋଚନାରେ ତାଙ୍କ ସମ୍ପର୍କୀୟ କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡି ଡଙ୍ଗରୀଗୁଡାର ରାହୁଲ କୁମାର ଓ ତାଙ୍କ ସ୍ତ୍ରୀ ରଜନୀ କୁମାର ସହିତ ଯୋଗାଯୋଗ କରିଥିଲା। ଆହୁରି ଅଧିକ ଶ୍ରମିକ ଆବଶ୍ୟାକତା ଥିବା ଦର୍ଶାଇ ପୁଣି କଣ୍ଡି ଡଙ୍ଗରୀଗୁଡା ଗାଁରୁ ଅଧିକ ଶ୍ରମିକ ନେବା ପାଇଁ ଶ୍ରମିକଙ୍କ ମତାଇଥିଲା। ଏହାମୁତାବକଗତ ସୋମବାର ୮ ତାରିଖ ଦିନ ଖଣ୍ଡିଡଙ୍ଗରୀଗୁଡା ଗାଁର ଦଶରଥ ଲହଜଲ, ବିରାଟ ଲହଜଲ, ଭୋଦେବ ଲହଜଲ, କେତୁରାମ ମାଝୀ, ଉପେନ୍ଦ୍ର ମାଝୀ, ସତ୍ୟ ସୁନାନୀ, ନନ୍ଦ କିଶୋର ନିଆଲ, ଦୁର୍ଯ୍ୟୋଧନ ମହାଲିକ,ଜଗଦିଶ ମାଝୀ, ନବ ଲହଜଲ, ହେମନ୍ତ କଣ୍ଟା ଓ ଗଣେଷ କୁମାର ପ୍ରମୁଖ ୨୦ ଜଣ ଶ୍ରମିକଙ୍କୁ ଜୁନାଗଡ ପର୍ଯ୍ୟନ୍ତ ଯିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଦାଦନ ଦଲାଲ ଜୁନାଗଡ ରାୟପୁର ଟ୍ରେନ ରେ ସମସ୍ତଙ୍କୁ ଚଢ଼ାଇଥିଲା। ଏହାସହ ରାୟଗଡ଼ାଠାରେ ଥିବା କାମରେ ଶ୍ରମିକ ନିୟୋଜିତ ହେଇ ସାରିଥିବା ଦର୍ଶାଇ ଖରିଆର ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ନେଇଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories