www.samajalive.in
Sunday, December 14, 2025
14.1 C
Bhubaneswar

ମାଇକ୍ରୋସଫ୍ଟ ତ୍ରୁଟିରେ ସୁଧାର, ସ୍ବାଭାବିକ ହେଉଛି ବିମାନ ସେବା

ନୂଆଦିଲ୍ଲୀ: ବୃହତ୍‌ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଫ୍ଟୱେର ପ୍ରଦାନକାରୀ ମାଇକ୍ରୋସଫ୍ଟରେ ଶୁକ୍ରବାର ଦେଖାଦେଇଥିବା ବୈଷୟିକ ତ୍ରୁଟିରେ ସୁଧାର ହେବା ପରେ ଭାରତୀୟ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ହେଉଛି। ମାଇକ୍ରୋସଫ୍ଟରେ ଦେଖାଦେଇଥିବା ‘ବ୍ଲୁ ସ୍ରିନ୍‌ ଅଫ୍‌ ଡେଥ୍‌’ ତ୍ରୁଟି ୧୭ ଘଣ୍ଟା ପରେ ଶୁକ୍ରବାର ରାତି ୩ଟାରେ ସ୍ବାଭାବିକ ହୋଇଛି। ଏହା ସତ୍ତ୍ୱେ ଶନିବାର ଚେନ୍ନଇ ବିମାନବନ୍ଦରରେ ଘରୋଇ କ୍ଷେତ୍ରର ୬ରୁ ୮ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏଥିସହ ପ୍ରବଳ ବର୍ଷା ପାଇଁ ମୁମ୍ବଇ ବିମାନବନ୍ଦରରେ ୧୮ ବିମାନ ଉଡ଼ାଣ ବାତିଲ ହୋଇଛି। ତେବେ ଏହି ସମୟ ମଧ୍ୟରେ ଭାରତରେ ବାତିଲ ହୋଇଥିବା ବିମାନର ଭଡ଼ା ଯଥାଶୀଘ୍ର ଯାତ୍ରୀଙ୍କୁ ଫେରାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ବିମାନସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି।

ଶୁକ୍ରବାର ଭାରତୀୟ ସମୟ ପୂର୍ବାହ୍ଣ ୧୦ଟା ୪୦ରେ ମାଇକ୍ରୋସଫ୍ଟ ସଫ୍ଟୱେରରେ ଏକ ତ୍ରୁଟି ସାରା ବିଶ୍ବ ବାଣିଜ୍ୟକୁ ବନ୍ଦ କରି ଦେଇଥିଲା। ବିମାନସେବା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବ୍ୟାଙ୍କ ଓ ପୁଞ୍ଜିବଜାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବିଶ୍ବ​‌େ​‌ର ପ୍ରାୟ ୫ ହଜାର ବିମାନ ଉଡ଼ାଣ ବାତିଲ ହୋଇଥିବା ବେଳେ ଭାରତରେ ୩୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ବାତିଲ ହୋଇଥିଲା। ଏଥିସହ ହଜାର ହଜାର ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। କମ୍ପ୍ୟୁଟର ବନ୍ଦ ହୋଇଯାଇଥିବାରୁ ଯାତ୍ରୀଙ୍କୁ ହାତଲେଖା ବୋର୍ଡିଂ ପାସ୍‌ ପ୍ରଦାନ କରାଯାଇଥିଲା। ଡାକ୍ତରଖାନାରେ କମ୍ପ୍ୟୁଟର ଛାଡ଼ି ରେଜିଷ୍ଟରରେ ରୋଗୀଙ୍କ ତଥ୍ୟ ଖେଲାଯାଇଥିଲା। ସତେ ଯେପରି କିଛି ଘଣ୍ଟା ପାଇଁ ବିଶ୍ବ ପୁରୁଣା ଯୁଗକୁ ଫେରିଯାଇଥିଲା। ସେହିପରି ଲଣ୍ଡନର ପୁଞ୍ଜି ବଜାର ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ଭାରତୀୟ ପୁଞ୍ଜି ବଜାର ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା।

- Advertisement -

ପ୍ରଭାବିତ ଅପରେଟିଂ ସିଷ୍ଟମ ବ୍ୟବହାର କରୁଥିବା ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଆକାଶ, ଭିସ୍ତାରା, ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ ପ୍ରମୁଖ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାର ୧୭ ଘଣ୍ଟା ପରେ ଶୁକ୍ରବାର ରାତି ୩ଟାରେ ମାଇକ୍ରୋସଫ୍ଟ ତ୍ରୁଟିରେ ସୁଧାର ଆସିବା ପରେ ଶନିବାର ମଧ୍ୟାହ୍ନ ପରେ ଭାରତୀୟ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ହୋଇଥିଲା। ବିମାନ ସେବା କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରୁ ବୁକିଂ ଏବଂ ସଂରକ୍ଷଣ ସହିତ ଆମର ସମସ୍ତ ସେବା ଅନଲାଇନରେ ହେଉଛି। ସିଷ୍ଟମ୍ ପୁନଃସ୍ଥାପିତ ହୋଇଛି ଏବଂ ଆମର ସେବାରେ କୌଣସି ବାଧା ନାହିଁ ବୋଲି ସେ କହିଛନ୍ତି। ଏହା ସତ୍ତ୍ୱେ ଶନିବାର ଚେନ୍ନଇ ବିମାନବନ୍ଦରରେ ଘରୋଇ କ୍ଷେତ୍ରର ୬ରୁ ୮ ବିମାନ ଉଡ଼ାଣ ବାତିଲ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ପ୍ରବଳ ବର୍ଷା ପାଇଁ ମୁମ୍ବଇ ବିମାନବନ୍ଦରରେ ୧୮ ବିମାନ ଉଡ଼ାଣ ବାତିଲ ହୋଇଛି। ତେବେ ଏହି ସମୟ ମଧ୍ୟରେ ଭାରତରେ ବାତିଲ ହୋଇଥିବା ବିମାନ ଭଡ଼ା ଯଥାଶୀଘ୍ର ଯାତ୍ରୀଙ୍କୁ ଫେରାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ବିମାନସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories