www.samajalive.in
Sunday, December 14, 2025
14.1 C
Bhubaneswar

ଆନ୍ଦୋଳନରୁ ଓହରିଲା ଘରୋଇ ବସ ମାଲିକ ସଂଘ

ବୌଦ୍ଧ : ବୌଦ୍ଧ ଜିଲାରେ ଗତ ଶନିବାର ଠାରୁ ଲକ୍ଷ୍ମୀବସ ଚଳାଚଳର ସମୟ ନିର୍ଘଣ୍ଟକୁ ନେଇ ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ପ୍ରତିବାଦ କରିବା ସହ ଗରୋଇ ବସ ଚକାବନ୍ଦ ଆନ୍ଦୋଳନ କରିଥିଲେ । ବସ ଗୁଡିକୁ ଆରଟିଓ ଅଫିସ ଆଗରେ ଠିଆ କରିଥିଲେ । ଫଳରେ ଶନିବାର ଠାରୁ ପୁରା ଜିଲାରେ ଯାତ୍ରୀ ସେବା ବ୍ୟାହତ ହୋଇପଡିଥିଲା । ଶନିବାର ଦିନ ଜିଲାପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ଆଲୋଚନା ବିଫଳ ହେବା ପରେ ନିଜ ଜିଦରେ ଅଟଳ ରହିଥିଲେ ବସ ମାଲିକ ସଂଘ । ପୁର୍ବରୁ ଲକ୍ଷ୍ମୀବସ ଗୁଡିକ ବ୍ଳକ କାର୍ଯ୍ୟାଳୟ ଠାରୁ ପଞ୍ଚାୟତ ଗୁଡିକୁ ଯିବା ଆସିବା କରୁଥିଲା କିନ୍ତୁ ଗତ ଶୁକ୍ରବାର ଠାରୁ ପଞ୍ଚାୟତଗୁଡିକରୁ ବ୍ଳକକୁ ଚଳାଚଳ କରିଥିଲା । ଏପରି ଚଳାଚଳକୁ ବୌଦ୍ଧ ଜିଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇ ଆନ୍ଦୋଳନ ଆରମ୍ଭ କରିଥିଲା । ରବିବାର ଅପରାହ୍ନରେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ହୋଇଥିଲା ।

ବୈଠକରେ ଜିଲାପାଳ ଜେ.ସୋନାଲ, ଏସପି ରାଜ ପ୍ରସାଦ, ଆରଟିଓ ଓ ଏମଭିଆଇ ଓ ବୌଦ୍ଧ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରଶନ୍ନ କୁମାର ସାହୁ, ସମ୍ପାଦକ ଚିତ୍ତରଂଜନ ରାଜ ଓ ଭବାନୀପାଟଣା, ବଲାଙ୍ଗିର, ନୁଆପଡା, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଖଡିଆଳ, ରାଜଗାଙ୍ଗପୁର, କୋରାପୁଟ, ମାଲକାନାଗିରି, ଉମରକୋଟ, ଫୁଲବାଣୀ, ବାଲିଗୁଡା ଓ ଉଦୟଗିରି ବସ ମାଲିକ ସଂଘର କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ।

- Advertisement -

ବୈଠକରେ ପୁର୍ବପରି ଲକ୍ଷ୍ମୀବସ ଗୁଡିକ ଚଳାଚଳ କରିବାକୁ ପ୍ରଶାସନ ପକ୍ଷରୁ କହିବାରୁ ଆନ୍ଦୋଳନରୁ ବସ ମାଲିକ ସଂଘ ଓହରିଥିଲା । ଘରୋଇ ବସ ଆନ୍ଦୋଳନ ଯୋଗୁଁ ଜିଲାରେ ଦୁଇ ଦିନ ଧରି ଯାତ୍ରୀ ସେବା ପୁରା ବ୍ୟାହତ ହୋଇପଡିଥିଲା ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories