www.samajalive.in
Sunday, December 14, 2025
14.1 C
Bhubaneswar

ଚଳିତ ସପ୍ତାହରେ ବଜେଟ, ପ୍ରଭାବିତ ହେବ ପୁଞ୍ଜି ବଜାର

ମୁମ୍ବଇ: କେନ୍ଦ୍ର ବଜେଟ୍‌, ବିଭିନ୍ନ କମ୍ପାନୀର ତ୍ରୟମାସିକ ରାଜସ୍ବ ଓ ବୈଶ୍ବିକ ଧାରା ଦ୍ବାରା ଚଳିତ ସପ୍ତାହର ପୁଞ୍ଜି ବଜାର ପ୍ରଭାବିତ ହେବ। ଏଥିସହ ବିଦେଶୀ ନିବେଶକଙ୍କ ଗତିବିଧି, ଟଙ୍କା-ଡଲାର ଅନୁପାତ ଓ ଆନ୍ତର୍ଜାତିକ ଅଶୋଧିତ ତେଲ ମୂଲ୍ୟ ମଧ୍ୟ ଭାରତୀୟ ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇବ। ଆସନ୍ତା ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ପୁଞ୍ଜି ବଜାର ପାଇଁ ଏକ ପ୍ରମୁଖ ପ୍ରଭାବକାରୀ ହେବ।

ବଜେଟରେ ଅଭିବୃଦ୍ଧି ଭିତ୍ତିକ ନୀତି ନିର୍ଦ୍ଧାରଣ ହେବା ନେଇ ଆଶା ରହିଛି। ସେହିପରି ଜୁଲାଇରେ ବିଭିନ୍ନ କମ୍ପାନୀର ତ୍ରୟମାସ ଲାଭାଂଶ ରିପୋର୍ଟ ପ୍ରକାଶ ପାଇଛି। ଏହା ମଧ୍ୟ ପୁଞ୍ଜି ବଜାରକୁ ପ୍ରଭାବିତ କରିବ। ପ୍ରମୁଖ ଘରୋଇ ଋଣ ପ୍ରଦାନକାରୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଲାଭ ୨୦୨୪ ପ୍ରଥମ ତ୍ରୟମାସରେ ୩୩.୧୭% ବଢ଼ି ୧୬,୪୭୪.୮୫ କୋଟିରେ ପହଞ୍ଚିଥିବାରୁ ସୋମବାର ପୁଞ୍ଜି ବଜାରରେ ଏହା କେନ୍ଦ୍ରବିନ୍ଦୁରେ ରହିବ ବୋଲି ବିଶେଷଜ୍ଞ କହିଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories