www.samajalive.in
Sunday, December 14, 2025
23.1 C
Bhubaneswar

କନ୍ଧମାଳକୁ ଏକସପୋଜର ଭିଜିଟରେ କଳାହାଣ୍ଡି ଟିମ, ଡ୍ରାଗନ ଫଳ ଦେଖି ପ୍ରଭାବିତ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗାଗଡ ପଦରରେ ଆମ୍ବ ଏବଂ ଖଜୁରିପଡା ବ୍ଲକ କଲାଡୀ ଠାରେ ଚାଲିଥିବା ପଣସର ଭାଲ୍ୟୁ ଆଡିସନ ପ୍ରକଳ୍ପ ଦ୍ବାରା ଅନୁପ୍ରାଣିତ ହୋଇ କଳାହାଣ୍ଡି ଜିଲ୍ଲାର ଏକ ଟିମ ଏକସପୋଜର ଭିଜିଟରେ ଆସିଥିଲେ। ଏହି ଟିମରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ଡିଡିଏଚ, ପ୍ରୋଗ୍ରାମ ମ୍ୟାନେଜେର, ଡିଏମଫ, ଓରମାସର ସିଇଓ ଏବଂ ଅନ୍ୟ ଷ୍ଟାଫ ସାମିଲ ଥିଲେ। ଫୁଲବାଣୀ ଆଇ ଟି ଡି ଏ ର ପ୍ରୋଗ୍ରାମ ମ୍ୟାନେଜେର ପି ମୂରଲୀ ମୋହନ ଉପସ୍ଥିତ ରହି ପ୍ରକ୍ରିୟାକରଣ ୟୁନିଟର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ଏସଏଚଜି ଗ୍ରୁପ ମହିଳାଙ୍କ ଅବଦାନ ସମ୍ଭନ୍ଧରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ। ପରିଦର୍ଶନରେ ଆସିଥିବା ଅଧିକାରୀ ମାନେ ଏସ ଏଚ ଜି ଗ୍ରୁପ ମାନଙ୍କ ସହିତ ଆଲୋଚନା କରି ନିଜ ଅଂଚଳରେ ଏଭଳି ୟୁନିଟ ସ୍ଥାପନ କରିବା ନେଇ ମତ ପ୍ରକାଶ କରିଥିଲେ। ଫିରିଙ୍ଗିଆ ବ୍ଲକର ସଫଳ ଚାଷୀ ବେଲାର କହଁରଙ୍କ ଦ୍ୱାରା ୫ ଏକର ଜାଗାରେ ଡ୍ରାଗନ ଫ୍ରୁଟ ବଗିିଚା ବୁଲି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ନିଜ ଜିଲ୍ଲାରେ ଏହାର ଆରମ୍ଭ ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ପରିଦର୍ଶନକାରୀ ଦଳ। ଏଭଳି ନୂତନ ପ୍ରୟୋଗ ପାଇଁ ସେମାନେ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ଦେବଯାନୀ ଭୁୟାଁ ଓ ପ୍ରୋଗ୍ରାମ ମ୍ୟାନେଜେର ପି ମୁରଲୀ ମୋହନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories