୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ
ଡେସ୍କ: ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ସତ୍ୟ ନାଡେଲା ଘୋଷଣା କରିଛନ୍ତି ଯେ ତାଙ୍କ କମ୍ପାନୀ ୨୦୨୫ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା-ଏଆଇ ଦକ୍ଷତା ପାଇଁ ପ୍ରଶିକ୍ଷଣ ଦେବ। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଭାରତୀୟ ବଂଶୋଦ୍ଭବ ମାଇକ୍ରୋସଫ୍ଟ ଅଧ୍ୟକ୍ଷ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦେଶର ଜିଡିପି ବୃଦ୍ଧି କରିବାରେ ସହାୟକ ହୋଇପାରିବ। ସେ ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଭାବେ ବର୍ଣ୍ଣନା କରିଥିଲେ। ଏଆଇ ବିଷୟରେ ନାଡେଲା କହିଛନ୍ତି ଯେ ଏଆଇ ହେଉଛି ଏକ ଶକ୍ତିଶାଳୀ ନୂତନ ଜ୍ଞାନକୌଶଳ ଯାହା ବିଶ୍ୱର ପ୍ରତ୍ୟେକ ଭାଗରେ ଦ୍ରୁତ ଗତିରେ ପ୍ରସାରିତ ହେବା ଆବଶ୍ୟକ।
Comments are closed.