www.samajalive.in
Sunday, December 14, 2025
16.1 C
Bhubaneswar

ଆଇଡିଏ ପକ୍ଷରୁ ‘ଗୁରୁଜନ ଏକ ବିଚାର ବିମର୍ଷ’ ଉଦ୍‌‌ଘାଟିତ; ୧୦ଜଣିଆ ଟାସ୍କଫୋର୍ସ କମିଟି ଗଠିତ

କେନ୍ଦୁଝରଗଡ଼: ବନାଯୋଡିସ୍ଥିତ ଆଇଡିଆଲ ଡେଭଲପମେଣ୍ଟ ଏଜେନସି(ଆଇଡିଏ) ଓ ଆନନ୍ଦାଶ୍ରମର ବାର୍ଷିକ ଉତ୍ସବ ପାଳନ ଅବସରରେ ବୁଧବାର ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ଜଣ ବରିଷ୍ଠ ନାଗରିକଙ୍କୁ ନେଇ ‘ଗୁରୁଜନ ଏକ ବିଚାର ବିମର୍ଷ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜରା ସାଥୀ ଭାବେ ମନୋନୀତ ଯୁବଗୋଷ୍ଠୀଙ୍କୁ ତାଲିମ ପ୍ରଦାନ, ଗୁରୁଜନ ସହାୟତା ସମିତି ଗଠନ ଓ ମୋବାଇଲ ଆପ୍ ମାଧ୍ୟମରେ ଅପହଞ୍ଚ ଅଞ୍ଚଳରେ ବୟସ୍କ ନାଗରିକମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ଉପଯୁକ୍ତ ଚିକିତ୍ସା ପ୍ରଦାନ, ମାନସିକ ସ୍ୱାସ୍ଥ୍ୟ ଯତ୍ନ ଓ ପରିବାରରେ ସେମାନଙ୍କର ସେବା ଓ ଯତ୍ନ ନେଉଥିବା ଯତ୍ନକାରୀମାନଙ୍କୁ ତାଲିମ ପ୍ରଦାନ ସହିତ ସାମାଜିକ ସୁରକ୍ଷା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା ଏହି ବିଚାର ବିମର୍ଷ କାର୍ଯ୍ୟକ୍ରମ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାଧାରଣ ପରିଚାଳକ ଭରଜିଲ୍‌‌ ଲାକ୍ରା, ଶିକ୍ଷାବିତ୍‌‌ ସଞ୍ଜୟ ବସନ୍ତ ଚକ୍ର, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ, ପୂର୍ବତନ ପ୍ରଧାନଶିକ୍ଷକ ପଦ୍ମଚରଣ ନାଏକ, ସନ୍ଦୀପ ନାଏକ, କିଶୋର ଚନ୍ଦ୍ର ସାହୁ, ଭକ୍ତଚରଣ, ଜିଲା ସାମାଚଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ବିଶିଷ୍ଟ ସମାଜସେବୀ ସେବତୀ ସିଂହ ବୟସ୍କ ନାଗରିକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ଏବଂ ଏହାର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ସାମ୍ପ୍ରତିକ ସମାଜରେ ବୟସ୍କ ନାଗରିକମାନଙ୍କ ଜୀବନ କିପରି ବିପର୍ଯ୍ୟୟ ହୋଇପଡ଼ିଛି ସେ ସମ୍ପର୍କରେ ଆଲୋଚନା କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ରୂପରେଖ ସମ୍ପର୍କରେ ବୟସ୍କ ନାଗରିକମାନଙ୍କ ମତାମତ ଲୋଡିଥିଲେ। ବୟସ୍କ ନାଗରିକମାନଙ୍କ ଯତ୍ନ, ସୁରକ୍ଷା ଓ ସମ୍ମାନର ସହ ବଞ୍ଚିବାର ଅଧିକାର, ସ୍ୱାସ୍ଥ୍ୟ ସଚେତନତା ସହିତ ମାନସିକ ସ୍ୱାସ୍ଥ୍ୟ ଏବଂ ଏକ ଚଳଚଞ୍ଚଳ ଜୀବନ ଉପରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏକ ନୂତନ ଧରଣର କାର୍ଯ୍ୟକ୍ରମ ଏବଂ ଦୀର୍ଘ ଦିନର ବୟସ୍କ ନାଗରିକମାନଙ୍କ ଲାଗି କାର୍ଯ୍ୟ କରି ସେହି ଅଭିଜ୍ଞତା ଆଧାରରେ ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ରୂପରେଖ ତଥା ପରବର୍ତ୍ତୀ ପର୍ଯ୍ୟାୟରେ ସର୍ବଭାରତୀୟସ୍ତରରେ ନୂତନ କାର୍ଯ୍ୟଧାରାକୁ ସଙ୍ଗଠନ କେନ୍ଦୁଝର ଜିଲାର ବିଭିନ୍ନବର୍ଗର ଲୋକ, ସରକାର, ଔଦ୍ୟୋଗିକ ସହଭାଗିତା, ବରିଷ୍ଠ ନାଗରିକ ମଞ୍ଚ ଏବଂ ସାଧାରଣ ଜନତାଙ୍କୁ ନେଇ ଖୁବଶୀଘ୍ର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ମତପ୍ରକାଶ ପାଇଥିଲା। ଏହି ଅବସରରେ ଡ.ବିମ୍ବାଧର ବେହେରା, ମଧୁସୂଦନ ନାଏକ, ପ୍ରାଣବଲ୍ଲଭ ନାଏକ, ସଞ୍ଜୟ ବସନ୍ତ ଚକ୍ର, ଭବେଶ ଚନ୍ଦ୍ର କର, ସୁଶୀଲ କୁମାର ନାୟକ, ଭରତ ଚନ୍ଦ୍ର ପାତ୍ର, କରୁଣାକର ବାରିକ, କ୍ଷୀରୋଦ କୁମାର ରାଉତ ଓ କର୍ଣ୍ଣାଟ କିଶୋର ଜେନାଙ୍କୁ ନେଇ ଏକ ୧୦ଜଣିଆ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ଏହି କମିଟି ସହାୟତାରେ ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇ ଏହି ନମୁନାକୁ ସର୍ବଭାରତୀୟସ୍ତରରେ ବଣ୍ଟାହେବ। ଖୋଲା ଆଲୋଚନାରେ ଜିଲାର ବହୁ ବରିଷ୍ଠ ନାଗରିକ ଯୋଗଦେଇ ବୟସ୍କ ନାଗରିକମାନଙ୍କ ସମସ୍ୟା ଓ ଏହାର ସମାଧାନ କିପରି କରାଯାଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଶେଷକରି ବୟସ୍କ ନାଗରିକମାନଙ୍କ ସମସ୍ୟା ପରିବାରରେ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆନଯିବା, ପରିବାର ଦ୍ୱାରା ସବୁକ୍ଷେତ୍ରରେ ଅବହେଳା, ବୃଦ୍ଧାବସ୍ଥା ମନରେ ଏକ ଭୟ ସୃଷ୍ଟି, ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ, ବୟସ୍କମାନେ ବୃଦ୍ଧାବସ୍ଥାରେ ସୃଷ୍ଟି ହେଉଥିବା ବିଭିନ୍ନ ଶାରୀରିକ ସମସ୍ୟା ସମ୍ପର୍କରେ ସଚେତନତା ନହେବା, ସମାଧାନ ପାଇଁ ମତାମତ ପରିବାର ସହିତ ବୟସ୍କମାନେ ନିଜକୁ ପରିବାର ତଥା ସମାଜ ସହିତ ଖାପ ଖୁଆଇ ଚଳିବା, ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା, ପ୍ରତିଦିନ କିଛି ନା କିଛି କାମରେ ନିଜକୁ ନିୟୋଜିତ କରିବା, ସମୟାନୁବର୍ତ୍ତୀ ହେବା, ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହିବା ଏବଂ ଗ୍ରାମ୍ୟସ୍ତରରେ ଗଠିତ ଗୁରୁଜନ ସହାୟତା ସମିତିରେ ସକ୍ରିୟ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରିବା ଆଦି ସମ୍ପର୍କରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories