www.samajalive.in
Monday, December 8, 2025
27.1 C
Bhubaneswar

ଧରଣୀଧର ଭେଷଜ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ମଧୁମେହ ସମ୍ମିଳନୀ

କେନ୍ଦୁଝରଗଡ଼: ରିସର୍ଚ୍ଚ ସୋସାଇଟି ଫର ଷ୍ଟଡି ଅଫ୍‌‌ ଡାଇବେଟିସ୍‌‌ ଇନ ଇଣ୍ଡିଆ(ଆରଏସଏସଡିଆଇ) ଓଡ଼ିଶା ଶଖା ପକ୍ଷରୁ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ବୁଧବାର ରାଜ୍ୟସ୍ତରୀୟ ମଧୁମେହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆରଏସଏସଡିଆଇ ଅଧ୍ୟକ୍ଷ ପ୍ରଫେସର ଡାକ୍ତର କାଶୀନାଥ ପଢ଼ିଆରୀ, ସଭାପତି ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ଧରଣୀଧର ଭେଷଜ ମହାବିଦ୍ୟାଳୟ ଡିନ୍‌‌ ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ କେନ୍ଦୁଝର ଡାକ୍ତର କିଶୋର କୁମାର ପୃଷ୍ଟି, ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝରର ସମ୍ପାଦକ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଏବଂ ଏହି ସମ୍ମିଳନୀର ସଂଯୋଜକ ଡାକ୍ତର ପ୍ରଭାତ କୁମାର ଥାଟୋଇ ପ୍ରମୁଖ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍‌‌ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ମଧୁମେହ ରୋଗର ଆଧୁନିକ ଚିକିତ୍ସା ଓ ମଧୁମେହଜନିତ ଜଟିଳତା ଏବଂ ଏହାର ନିରାକରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଭିନ୍ନ କାଳାଂଶରେ ବିଶେଷଜ୍ଞ ଡାକ୍ତର ଜୟନ୍ତ ସ୍ୱାଇଁ, ଡାକ୍ତର ସମ୍ବିତ ଦାସ, ଡାକ୍ତର ଅଭୟ ସାହୁ, ଡାକ୍ତର ଦୀପକ ରଞ୍ଜନ ଦାସ, ଡାକ୍ତର ଏସ୍‌‌.ଏନ୍‌‌.ରାଉତରାୟ, ଡାକ୍ତର ଏସ୍‌‌.ଏସ୍‌‌.ମଙ୍ଗରାଜ, ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଶ୍ରୀକାନ୍ତ ଧର, ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ରୁଦ୍ରାଶିଷ ସାମଲ, ଡାକ୍ତର ରିତେଷ ଅଗ୍ରୱାଲ ପ୍ରମୁଖ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ମଧୁମେହ ରୋଗର ଜଟିଳତା ଓ ଏହାର ନିରାକରଣ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହିତ ଉପସ୍ଥିତ ଡାକ୍ତର ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିରେ ଧରଣୀଧର ଭେଷଜ ମହାବିଦ୍ୟାଳୟର ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories