ଭୁଲ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି ବିମୁଦ୍ରାକରଣ ଓ ଜିଏସଟି – କଂଗ୍ରେସ
ଡେସ୍କ: ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପରେ ଆଜି ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସର ଶଶି ଥରୁର ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦେଶରେ ବେକାରି ଅଭୂତପୂର୍ବ ସ୍ତରରେ ପହଞ୍ଚିଛି ଯାହା କି ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହାକୁ ଭୁଲ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି। ସେ ଦେଶରେ ବଢୁଥିବା ଅସମାନତା ବିଷୟରେ ମଧ୍ୟ କହିଥିଲେ ଏବଂ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। ମୁଦ୍ରାସ୍ଫୀତି ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଥରୁର ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।
୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ
ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଫଳତାକୁ ପ୍ରଶଂସା କରିଥିଲେ। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଉତ୍ତର-ଦକ୍ଷିଣ ବିତର୍କକୁ ପ୍ରୋତ୍ସାହନ ଦେଇ କଂଗ୍ରେସ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ଦୁବେ କହିଛନ୍ତି ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ ସମୟରେ ଦୁର୍ନୀତି ବ୍ୟାପକ ଥିଲା। ସେ କହିଛନ୍ତି ଯେ ନୀତିଗତ ପଦକ୍ଷେପ ଏବଂ ନିରନ୍ତର ପ୍ରୟାସ ଫଳରେ ଭାରତରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଛି। ଶ୍ରୀ ଦୁବେ ଏହି ବଜେଟକୁ ପ୍ରଶଂସା କରି କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିବାକୁ କୁହାଯାଇଛି। ସେ କହିଛନ୍ତି, ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ଧାରା ୩୫-ଉଚ୍ଛେଦ କରିଛନ୍ତି ସରକାର। ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।
Comments are closed.