www.samajalive.in
Saturday, December 6, 2025
26.1 C
Bhubaneswar

ଲଞ୍ଚ୍ ହେଲା ଇଲେକ୍ଟ୍ରିକ୍ ଲୁନା, ଥରେ ଚାର୍ଜ କଲେ ଯିବ ୧୧୦ କିଲୋମିଟର

ନୂଆଦିଲ୍ଲୀ : କାଇନାଟିକ୍ ଗ୍ରୀନ୍ ଆଜି ଇ-ଲୁନାର ବଜାର ପ୍ରବେଶ କରିଛି । କମ୍ପାନୀ ଏହି ଇଲେକ୍ଟ୍ରିକ୍ ମୋପେଡକୁ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍ ଏବଂ ଫ୍ଲିପକାର୍ଟରୁ ମଧ୍ୟ ବିକ୍ରି କରିବ । କମ୍ପାନୀ ଏହାର ବୁକିଂ ୨୬ ଜାନୁୟାରୀ ୨୦୨୪ରୁ ଆରମ୍ଭ କରିଦେଇଥିଲା । ଏହାକୁ ୫୦୦ ଟଙ୍କାର ଟୋକନ ଆମାଉଣ୍ଟ ସହିତ ବୁକ୍ କରିଥିଲେ ଗ୍ରାହକ । ତେବେ ଲୁନାର ଦାମ୍ ୭୧,୯୯୦ ଟଙ୍କା ରଖାଯାଇଛି ।

ଇ-କମର୍ସ ପ୍ଲାଟଫର୍ମରେ ଦିଆଯାଇଥିବା ସୂଚନା ଅନୁସାରେ ଏହାକୁ ଓସନ ବ୍ଲୁ ରଙ୍ଗରେ କିଣିପାରିବେ ଗ୍ରାହକ । କମ୍ପାନୀ ଏଥିରେ ୨ kWhର ଲିଥିୟମ୍ ଆୟନ ବ୍ୟାଟେରୀ ପ୍ୟାକ୍ ଦେଇଛି । ଏଥିରେ ୨ ଓ୍ବାଟର ମୋଟର ଦିଆଯାଇଛି । ଥରେ ଚାର୍ଜ କଲେ ଏଥିରେ ୧୧୦ କିଲୋମିଟର ଯାତ୍ରା କରିହେବ । ସେହିଭଳି ଏହାର ଟପ୍ ସ୍ପିଡ୍ ୫୦ କିଲୋମିଟର ପ୍ରତି ଘଣ୍ଟା ରହିବ ।

- Advertisement -

କମ୍ପାନୀ ଏହି ଗାଡି ସହିତ ଏକ ପୋର୍ଟେବଲ ଚାର୍ଜର ମଧ୍ୟ ଦେବ । ଏହି ଇଲେକ୍ଟ୍ରିକ୍ ମୋପେଡକୁ ୪ ଘଣ୍ଟାରେ ଫୁଲ ଚାର୍ଜ କରିହେବ । ସୁରକ୍ଷା ଦୃଷ୍ଟିରୁ ଏଥିରେ କମ୍ବି ଡ୍ରମ୍ ବ୍ରେକ୍ ମିଳିବ । ଏହି ଇଲେକ୍ଟ୍ରିକ୍ ଲୁନାର ସମୁଦାୟ ଓଜନ ୯୬ କିଲୋ ରହିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories