www.samajalive.in
Saturday, December 6, 2025
15.1 C
Bhubaneswar

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ: ଦୀର୍ଘ ୫ ଘଣ୍ଟା ପରେ ଉଦ୍ଧାର ହେଲେ ଚାଳକ

ଲାଞ୍ଜିଗଡ: ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥ ସାଜିଛି ମରଣଯନ୍ତା। ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ ରାୟଗଡ଼ା ପଟୁ କୋଇଲା ବୋଝେଇ କରି ଟ୍ରକଟି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କିଡିଙ୍ଗ ଛକ ନିକଟସ୍ଥ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକଟି ଆଗପଟରୁ ପିଟି ହୋଇ ଯାଇଥିବା ଫଳରେ ଟ୍ରକ ଚାଳକ ଜଣଙ୍କ ଗୋଡ଼ ଫସି ରହିଥିବା ବେଳେ କିଡିଙ୍ଗ ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ସିକେରକୁପା ଫାଣ୍ଡିକୁ ଖବର ଦେଇଥିଲେ। ଖବରପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର ଏବଂ ନର୍ଲା ଏସ୍ଆଇ କୃତିବାସ ପୁଝାରୀଙ୍କ ନେତୃତ୍ବରେ ପୁଲିସ ବାହିନୀ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ, ଯୁବ ସାମ୍ବାଦିକ ନିଲେଶ କୁମାର ନାଗ ଗାଁର ଉଦ୍ୟମାନ ଯୁବକ ଜଗନ୍ନାଥ ଗହିର, କପିଳାସ ରାଉତ, ଭୃତେଶ୍ଵର ଶବର, ବିନୋଦ ଛତ୍ରିଆଙ୍କ ସହଯୋଗରେ ଫସି ରହିଥିବା ଚାଳକଙ୍କୁ ଦୀର୍ଘ ୫ ଘଣ୍ଟା ପରେ ଲୁହା କାଟିବା ଯନ୍ତ୍ର ସାହାଯ୍ୟରେ  ଟ୍ରକକୁ  ବହୁ କଷ୍ଟରେ କାଟି ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବିଶ୍ଵନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସାଧାରଣ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚାଳକଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ସୋମବାର ଏହି ରାଜ୍ୟ ରାଜପଥର ଢେପଗୁଡ଼ା ଠାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ପୋଖରୀବନ୍ଧର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଏକ ଦୁର୍ଘଟଣାକ ଦେଖିବାକୁ ମିଳିଛି। ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେବେ ଭାରିଯାନ ଓ ବେପରୁଆ ଗାଡ଼ି ଚଳାଚଳ ପାଇଁ ଦୁର୍ଘଟଣା ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories