www.samajalive.in
Sunday, December 7, 2025
23.1 C
Bhubaneswar

ନୂଆ ଅପ୍‌‌ଡେଟ୍‌‌ ସହ ଆସିଲା ହ୍ୱାଟସ୍‌‌ ଆପ୍‌‌ ; ଏବେ ଗୋଟିଏ ମେସେଜ୍‌‌ ନୁହେଁ..

ନୂଆଦିଲ୍ଲୀ : ହ୍ୱାଟସ୍‌‌ ଆପ୍‌‌ ଉପଭୋକ୍ତାମାନଙ୍କ ପାଇଁ ନୂଆ ଅପଡେଟ୍‌‌ ସାମ୍ନାକୁ ଆସିଛି। ଏବେ ହ୍ୱାଟସ୍‌‌ ଆପ୍‌‌ରେ ଗୋଟିଏ ନୁହେଁ ବରଂ ୩ଟି ମେସେଜକୁ ପିନ୍‌‌ କରି ପାରିବେ। ଏହି ଅପ୍‌‌ଡେଟ୍‌‌ ସାମ୍ନାକୁ ଆସିବା ପରେ ତୁରନ୍ତ ହଜାର ହଜାର ଲୋକେ ଏଥିରେ ନିଜର ମତ ଦେଇ ସାରିଛନ୍ତି। ମେଟା ସିଇଓ ମାର୍କ ଜୁକରବର୍ଗ ଏକ ନୂଆ ଅପ୍‌‌ଡେଟ୍‌‌ ଶେୟାର କରିଛନ୍ତି। ଏହି ଅପ୍‌‌ଡେଟ୍‌‌ ଜୁକରବର୍ଗ ନିଜର ଅଫିସିଆଲ୍‌‌ ହ୍ୱାଟସ୍‌‌ ଆପ୍‌‌ ଚ୍ୟାନେଲ ଜରିଆରେ ଏହା ଶେୟାର କରିଛନ୍ତି। ହ୍ୱାଟସ୍‌‌ ଆପ୍‌‌ ଚାଟ୍‌‌ରେ ଏବେ ୩ଟି ମେସେଜକୁ ପିନ୍‌‌ କରିବାର ସୁବିଧା ମିଳିବ। ପୂର୍ବରୁ କେବଳ ଗୋଟିଏ ମେସେଜକୁ ପିନ୍‌‌ କରିବାର ସୁବିଧା ଥିଲା। ଜୁକରବର୍ଗ ଏକ ଫଟୋ ଶେୟାର କରି ନୂଆ ଅପଡେଟ୍‌‌ ସାମ୍ନାକୁ ଆଣିଛନ୍ତି।
ଏହି ଫିଚ୍‌‌ର ଯୋଗୁଁ ହ୍ୱାଟସ୍‌‌ ଆପ୍‌‌ ଉପଭୋକ୍ତା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା (ମେସେଜ) ସେଭ୍‌‌ କରି ରଖାଯାଇପାରିବେ।
ଯେତେବେଳେ କୌଣସି ମେସେଜକୁ ପିନ୍‌‌ କରିବା ମାତ୍ରେ ଏହା ଚାଟ୍‌‌ରେ ସବୁବେଳେ ଉପରେ ନଜର ଆସିଥାଏ। ଅର୍ଥାତ୍‌‌ ମେସେଜ ପୁରୁଣା ହେବା ପରେ ମଧ୍ୟ ସେହି ଚାଟ୍‌‌ ହାଇଲାଇଟ୍‌‌ ହୋଇ ରହିବ। ପୂର୍ବରୁ ଗୋଟିଏ ମେସେଜ ପିନ୍‌‌ ହୋଇଥିବା ବେଳେ ଯଦି ଅନ୍ୟ ମେସେଜ ପିନ୍‌‌ କରାଯାଉଥିଲା, ତେବେ ପୂର୍ବ ମେସେଜଟି କଟି ଯାଉଥିଲା। ବର୍ତ୍ତମାନ ଆଉ ସେହି ସମସ୍ୟା ହେବ ନାହିଁ। ଏବେ ଆଉ ଗୋଟିଏ ଜରୁରୀ ମେସେଜ ନୁହେଁ ବରଂ ୩ଟି ଜରୁରୀ ମେସେଜ୍‌‌ ପିନ୍‌‌ କରି ହେବ।
ଏହି ନୂତନ ଫିଚର୍‌‌ ପୂର୍ବରୁ କମ୍ପାନୀ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଇଫୋନ୍ ପରି ବ୍ୟବହାରକାରୀଙ୍କ ପରି ଏକ ନୂତନ ଇଣ୍ଟରଫେସ୍ ଉପସ୍ଥାପନ କରିଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଆଇଫୋନ୍ ବ୍ୟବହାରକାରୀଙ୍କ ପରି ହ୍ୱାଟସ୍‌‌ ଆପ୍‌‌ ରେ ଚାଟ୍, ଅପଡେଟ୍,  କଲ୍ ଦେଖିବାକୁ ସକ୍ଷମ ଅଟନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories