ପୁରୁଷଙ୍କ ବନ୍ଧ୍ୟାତ୍ୱ, ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କ ଉପରେ ପକାଉଛି ଖରାପ ପ୍ରଭାବ   -ଡା. ରଶ୍ମୀନ ସାହୁ

କଟକ/ଭୁବନେଶ୍ୱର- ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ୧୫% ବିବାହିତ ଦମ୍ପତି ବନ୍ଧ୍ୟାତ୍ୱର ସମ୍ମୁଖୀନ ହେଉଛନ୍ତି । ଏହି ଦମ୍ପତିମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ମେଲ୍ ଫ୍ୟାକ୍ଟର ବା ପୁରୁଷ କାରକ ବନ୍ଧ୍ୟାତ୍ୱ କାରଣରୁ ଏହି ସ୍ଥିତି ସାମ୍ନା କରୁଛନ୍ତି ।
ଆଜିର ଡିଜିଟାଲ ଯୁଗରେ ଯେତେବେଳେ ଲାପ୍ଟପ ଓ ମୋବାଇଲ ଡିଭାଇସଗୁଡିକ ଅତ୍ୟାବଶ୍ୟକ ସାଥୀରେ ପରିଣତ ହୋଇଛନ୍ତି, ସେତେବେଳେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ସେଗୁଡିକର ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଏଭଳି ଏକ ଚିନ୍ତା ହେଉଛି ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କର ବନ୍ଧ୍ୟାତ୍ୱ ସମ୍ଭାବ୍ୟ ସଂଯୋଗ, ଏକ ସ୍ଥିତି ଯାହା ଓଲିଗୋସ୍ପର୍ମିଆ ଭାବେ ଜଣାଶୁଣା ।

କିଶୋରଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତ ବୟସ ବର୍ଗର ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଓଲିଗୋସ୍ପର୍ମିଆ ହେଉଛି ପ୍ରଜନନ ପାଇଁ ଏକ ସାଧାରଣ ପ୍ରତିବନ୍ଧକ । ବୟସ, ଜୀବନଶୈଳୀ, ଅନ୍ତର୍ନିହିତ ଅସୁସ୍ଥତା ଏବଂ ନିର୍ଦ୍ଧଷ୍ଟ ପରିବେଶୀୟ କାରକଗୁଡିକ ପ୍ରତି ଏକ୍ସପୋଜର ଓଲିଗୋସ୍ପର୍ମିଆ ବିକଶିତ ହେବାର ସମ୍ଭାବନାକୁ ବୃଦ୍ଧି କରିପାରେ ।

ପୁରୁଷ ବନ୍ଧ୍ୟାତ୍ୱ ଓ ଓଲିଗୋସ୍ପର୍ମିଆକୁ ବୁଝିବା
ଅନେକ ଭୁଲଧାରଣା ଓ ଅପବାଦ ଦ୍ୱାରା ଘେରି ରହୁଥିବା ଏକ ପ୍ରସଙ୍ଗ ପୁରୁଷ ବନ୍ଧ୍ୟାତ୍ୱରେ ବିଭିନ୍ନ ସ୍ଥିତି ଅନ୍ତର୍ଭୁକ୍ତ ରହିଥାଏ ଯାହା ଜଣେ ପୁରୁଷଙ୍କ ପିତା ହେବାର କ୍ଷମତାକୁ ପ୍ରଭାବିତ କରିପାରେ ।

ଚିହ୍ନ ଓ ଲକ୍ଷଣ
ପୁରୁଷ ବନ୍ଧ୍ୟାତ୍ୱ ଓ ଓଲିଗୋସ୍ପର୍ମିଆ ସ୍ପଷ୍ଟ ଓ ନିର୍ଦ୍ଧିଷ୍ଟ ବାହ୍ୟ ଲକ୍ଷଣ ପ୍ରକାଶ କରିନଥାନ୍ତି ଏବଂ ସେଥିରେ ସ୍ୱତନ୍ତ୍ର ପରୀକ୍ଷଣ ସାମିଲ ରହିଥାଏ । କିଛି ନିର୍ଦ୍ଧିଷ୍ଟ ସୂଚକ ବା ଲକ୍ଷଣ ମଧ୍ୟରେ ନିମ୍ନଗୁଡିକ ସାମିଲ ରହିପାରେ:

ଅନ୍ୟ କେତକ ବିଶେଷ କାରଣ ସହ ଅସାଧାରଣ ଶାରୀରିକ ସମସ୍ୟା: ପ୍ରଜଜନ ତନ୍ତ୍ରରେ ସଂକ୍ରମଣ, ଶ୍ୱାସନଳୀରେ ବାରମ୍ବାର ସଂକ୍ରମଣ, ଶୁଙ୍ଘିବାରେ ଅକ୍ଷମତା ଓ ପୁରୁଷଙ୍କଠାରେ ଗାଇନେକୋମାସ୍ତିଆ ଆଦିକୁ ପୁରୁଷ ବନ୍ଧ୍ୟାତ୍ୱର ଲକ୍ଷଣ ଭାବେ ବିବେଚନା କରାଯାଇପାରିବ ।

କାରଣ
● ଭାରିକୋସେଲେ: ସ୍କ୍ରୋଟମ ମଧ୍ୟରେ ଶିରାର ବୃଦ୍ଧିକୁ ଭେରିକୋସେଲେ କୁହାଯାଇଥାଏ, ଯାହା ରକ୍ତ ପ୍ରବାହରେ ବ୍ୟାଘାତ ସୃଷ୍ଟି କରିପାରେ ଏବଂ ଟେଷ୍ଟିକୁଲାର ତାପମାତ୍ରା ବୃଦ୍ଧି କରିପାରେ, ଏହି ପୁରୁଷଙ୍କ ପ୍ରଜଜନ ଶକ୍ତି ଉପରେ ପ୍ରଭାବ ପକାଇପାରେ ।

● ହର୍ମୋନରେ ଅସନ୍ତୁଳନ: ନିମ୍ନ ସ୍ତରର ଟେଷ୍ଟୋଷ୍ଟେରୋନ କିମ୍ବା ଉଚ୍ଚ ସ୍ତରର ଏଷ୍ଟ୍ରୋଜେନ୍ ଭଳି ହର୍ମୋନ ସନ୍ତୁଳନରେ ବ୍ୟାଘାତ ମଧ୍ୟ ପ୍ରଭାବିତ କରିପାରେ ।
● ବଂଶଗତ କାରକ: ଢାଂଚାଗତ କିମ୍ବା କ୍ରୋମୋଜୋମରେ ଅସ୍ୱଭାବିକତା ସମେତ ବଂଶଗତ ଅସ୍ୱଭାବିତାଗୁଡିକ ଓଲିଗୋସ୍ପର୍ମିଆ ସୃଷ୍ଟି କରିପାରନ୍ତି ।

● ସଂକ୍ରମଣ: ପ୍ରଜନନ ପ୍ରଣାଳୀରେ ସଂକ୍ରମଣ ଯେପରିକି ଏପିଡିଡାଇମିଟିଟିସ ସଂକ୍ରମଣ ଆଦି ଓଲିଗୋସ୍ପର୍ମିଆ କରିପାରେ ।

● ପରିବେଶୀୟ କାରକ: ଟକ୍ସିନ୍, କେମିକାଲ କିମ୍ବା ରେଡିଏଶନ ଭଳି ନିର୍ଦ୍ଧିଷ୍ଟ ପରିବେଶୀୟ କାରକଗୁଡିକ ପ୍ରତି ଏକ୍ସପୋଜର ଓଲିଗୋସ୍ପର୍ମିଆ କରିପାରେ ।

ଚିକିତ୍ସା ବିକଳ୍ପ:
● ହର୍ମୋନାଲ ଥେରାପି: ଏହା ଅସନ୍ତୁଳନକୁ ଠିକ୍ କରିବାରେ ସାହାଯ୍ୟ କରିପାରିଥାଏ । ଏହାବ୍ୟତୀତ ଆଂଟିଅକ୍ସିଡାଂଟ୍ ସପ୍ଲିମେଂଟ୍ର ସେବନ ପ୍ରଜଜନ ଗୁଣବତାକୁ ଉନ୍ନତ କରିପାରିଥାଏ ।

● ଅସ୍ତ୍ରୋପଚାର: ଏଗୁଡିକରେ ଭେରିକୋସେଲେ ରିପେୟାର ଏବଂ ପୁନରୁଦ୍ଧାର ପଦ୍ଧତି ଆଦି ସାମିଲ ରହିଛି ଯାହା ରୋଗ ଉପରେ ନିର୍ଭର କରିଥାଏ ।

● ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନିକ୍: ଏହି ପଦ୍ଧତିଗୁଡିକରେ ଇନ୍ଟ୍ରାୟୁଟେରାଇନ ଇନ୍ସେମିନେଶନ (ଆଇୟୁଆଇ) ଓ ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍) ଆଦି ସାମିଲ ରହିଛି । ଆଇୟୁଆଇରେ ସିଧାସଳଖ ଗର୍ଭାଶୟରେ ରଖିବା ସାମିଲ ଥାଏ ଏବଂ ଆଇଭିଏଫ୍ରେ ମହିଳାଙ୍କ ଗର୍ଭାଶୟରୁ ଡିମ୍ବାଣୁଗୁଡିକୁ ବାହାର କରାଯାଇ ତାହାକୁ ଏକ ଲାବାରୋଟୋରି ଡିସ୍ରେ ଫର୍ଟିଲାଇଜ୍ କରାଯାଇଥାଏ ଏବଂ ସେଥିରୁ ବିକଶିତ ହୋଇଥିବା ଏମ୍ବ୍ରୋ ବା ଭୃଣକୁ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଇଥାଏ ।

● ଜୀବନଶୈଳୀ ବିକଳ୍ପ: ଏକ ସୁସ୍ଥ ଆହାର ସେବନ କରିବା, ନିୟମିତ ବ୍ୟାୟାମ କରିବା ଏବଂ କ୍ଷତିକାରକ ପଦାର୍ଥଗୁଡିକର ସେବନରୁ ଦୂରେଇ ରହିବା ଦ୍ୱାରା ତାହା ପୁରୁଷଙ୍କ ବନ୍ଧ୍ୟାତ୍ୱ ଦୂର କରି ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ଡା. ରଶ୍ମୀନ ସାହୁ.ବିରଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ କନସଲଟାଂଟ , କଟକ

Comments are closed.