www.samajalive.in
Monday, December 15, 2025
15.1 C
Bhubaneswar

ବାଉତୀଙ୍କ ଝାମୁ ପଡିଆରେ ନିର୍ମାଣକୁ ବିରୋଧ

ଆଠଗଡ : ଆଠଗଡର ଅଧିଷ୍ଠାତ୍ରୀ ମା’ବାଉତୀଙ୍କ ଝାମୁଯାତ୍ରା ପାଇଁ ଉଦ୍ଦିଷ୍ଟ ଜାଗାରେ ଏନଏସି ପକ୍ଷରୁ କରାଯାଉଥିବା ଉନ୍ନୟନ ଓ ନିର୍ମାଣ କାର୍ଯ୍ୟକୁ ମନ୍ଦିର ପୂଜକ ସମାଜ ଏବଂ କିଛି ଶ୍ରଦ୍ଧାଳୁ ବିରୋଧ କରିଛନ୍ତି। ଆଠଗଡ ସହରର ମଧ୍ୟବର୍ତ୍ତୀ ବାଉତୀ ମନ୍ଦିର ସମ୍ମୁଖ ଦୁର୍ଗାବଜାର ଗୁଜୁରୀହାଟ ବା ଦୈନିକ ପରିବା ବଜାରରେ ବର୍ଷାବେଳେ ପାଣି କାଦୁଅ ହେଉଥିବାରୁ ଜନସାଧାରଣ ଓ ବ୍ୟବସାୟୀ ସମସ୍ୟାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଠଗଡ ଏନଏସି ପକ୍ଷରୁ ୪ବର୍ଷ ପୂର୍ବରୁ ଉକ୍ତ ଗୁଜୁରୀହାଟର ଅର୍ଦ୍ଧାଧିକ ସ୍ଥାନ କଂକ୍ରିଟ କରଣ କରାଯାଇଛି। ବାକି ରହିଥିବା ଅର୍ଦ୍ଧେକସ୍ଥାନରେ ଖୋଳାଯାଇ ପେଭର ବ୍ଲକ ଏନଏସି ପକ୍ଷରୁ ପକାଯାଉଛି। ତେବେ ସେଠାରେ ପ୍ରତିବର୍ଷ ଚୈତ୍ରପୂଣ୍ଣିମାରେ ହେଉଥିବା ବାଉତୀଙ୍କ ଝାମୁଯାତ୍ରା ପାଇଁ କିପରି ଗାତ ଖୋଳାଯିବ ଏବଂ ଯାତ୍ରା କେମିତି ହେବ ତାକୁ ନେଇ ମନ୍ଦିରର ପୂଜକ ସମାଜ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଝାମୁଯାତ୍ରା ପାଇଁ ଜାଗା ଛାଡିବାକୁ ପୂଜକ ସମାଜ ପକ୍ଷରୁ ଦାବି କରାଯିବା ସହ ସେଠାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ଦିପ୍ତୀମୟୀ ବେହେରାଙ୍କୁ ସୋମବାର ପ୍ରଦାନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି।

ପୂଜକ ତଥା ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ରୁଦ୍ରନାରାୟଣ ପଣ୍ଡା, ଶ୍ୟାମପ୍ରସାଦ ପଣ୍ଡା, ସ୍ୱାଗତ କୁମାର ପଣ୍ଡା, ଇଲା ପଣ୍ଡା ଓ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଯଦି ମା’ବାଉତୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାନଯାଏ ତେବେ ପୂଜକ ସମାଜ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ମନ୍ଦିର ସମ୍ମୁଖରେ ଧାରଣା ଦିଆଯିବା ସହ ନୀତିକାନ୍ତିି ବନ୍ଦ କରାଯିବ ବୋଲି ସେମାନେ ଚେତାଇ ଦେଇଛନ୍ତି । ଏ ସଂପର୍କରେ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କୁ ସେମାନଙ୍କର ପ୍ରତିକ୍ରିୟା ପଚରାଯାଇଥିଲା। ଜନସାଧାରଣ ଓ ବ୍ୟବସାୟୀଙ୍କ ହିତକୁ ଦୃଷ୍ଟିରେ ରଖି ଉକ୍ତ ଗୁଜୁରୀ ହାଟରେ ପେଭର୍ସ ବ୍ଲକ ପକାଯାଉଛି ବୋଲି ସେମାନେ କହିଥିଲେ। ତେବେ ବାଉତୀଙ୍କ ଝାମୁଯାତ୍ରା ପାଇଁ ଆବଶ୍ୟକୀୟ ଜାଗାକୁ ଖାଲି ରଖାଯିବ ବୋଲି ଉଭୟ ଉପଜିଲ୍ଲାପାଳ ଓ ନଗରପାଳ ପ୍ରତିଶୃତି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories