www.samajalive.in
Monday, December 15, 2025
15.1 C
Bhubaneswar

ମେଘାଳୟ: ଏନପିପି ନେତୃତ୍ୱରେ ସରକାର ଗଢ଼ିବ ବିଜେପି

ଶିଲଂ: ମେଘାଳୟରେ କେଉଁ ଦଳ ସରକାର ଗଢ଼ିବ, ତାହା ସ୍ପଷ୍ଟ ହୋଇଛି। ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତୃତ୍ୱରେ ବିଜେପି ଏଠାରେ ସରକାର ଗଢ଼ିବାକୁ ଯାଉଛି।
କଂଗ୍ରେସ ୨୧ଟି ଆସନ ଜିତିଥିଲେ ହେଁ ବିଜେପି ସରକାର ଗଢ଼ିବ। ବିଜେପି (୨), ଏନପିପି (୧୯), ୟୁଡିପି (୬), ଏଚଏସ୍‌ପିଡିପି (୨), ପିଡିଏଫ (୪) ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ନେଇ ମୋଟ ୩୪ଜଣ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତେଣୁ ରାଜଭବନ ପକ୍ଷରୁ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଅପରପକ୍ଷରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ଅଧ୍ୟକ୍ଷ କନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ଥିର ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୬ ତାରିଖ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟାରେ ସାଙ୍ଗମା ଶପଥ ନେବେ।
ରାଜ୍ୟପାଳଙ୍କୁ ଭେଟିବା ପରେ ସାଙ୍ଗମା କହିଛନ୍ତି ଯେ, ଆମେ ୩୪ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବା ପାଇଁ ଦାବି କରିଛୁ। ଆଗାମୀ ୨/୩ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେକାର ସରକାରଙ୍କ କାର୍ଯ୍ୟକାଳ ୭ ମାର୍ଚ୍ଚରେ ସରିବାକୁ ଯାଉଛି। ଶନିବାର ଆସିଥିବା ନିର୍ବାଚନ ଜନାଦେଶ ବିଭିନ୍ନ ଦଳକୁ ବାଣ୍ଟି ହୋଇରହିଛି। ଶାସକ କଂଗ୍ରେସ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ୨୧ଟି ଆସନ ଜିତିଛି। ଗତ ନିର୍ବାଚନ ଅପେକ୍ଷା ଏଥର କଂଗ୍ରେସ ୮ଟି ଆସନ କମ୍‌ ପାଇଛି। ଏନପିପି ୧୯ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଏହି ବିଧାନସଭା ନିର୍ବାଚନ ୫୯ଟି ଆସନ ପାଇଁ କରାଯାଇଥିଲା। ଆଇଇଡି ବିସ୍ଫୋରଣରେ ଜଣେ ଏନସିପି ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେହି ଆସନରେ ନିର୍ବାଚନ ବାତିଲ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories