www.samajalive.in
Monday, December 15, 2025
17.1 C
Bhubaneswar

ଜୟଲଲିତାଙ୍କ ସ୍ମାରକୀ ନିକଟରେ କନଷ୍ଟେବଳଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିତାଙ୍କ ସ୍ମାରକୀର ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ଥିବା ଜଣେ କନଷ୍ଟେବଳ ରବିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ମୃତ ଅରୁଣରାଜ ୨୦୧୩ ବ୍ୟାଚ୍‌ କନଷ୍ଟେବଳ ଥିଲେ। ତାଙ୍କୁ ଅନ୍ୟ ୩ ପୁଲିସ କର୍ମଚାରୀଙ୍କ ସହିତ ଜୟଲଲିତାଙ୍କ ସ୍ମାରକୀ ନିକଟରେ ମୁତୟନ କରାଯାଇଥିଲା। ସେ ଏକ .୩୦୩ ବନ୍ଧୁକ ଧରିଥିଲେ। ରବିବାର ୪ଟା ୫୫ରେ ଏଠାରେ ମୁତୟନ ଅନ୍ୟ କନଷ୍ଟେବଳମାନେ ଗୁଳି ଶବ୍ଦ ଶୁଣିଥିଲେ। ପରେ ଅରୁଣରାଜଙ୍କୁ ସେମାନେ ରକ୍ତାକ୍ତ ଅବସ୍ଥାରେ ସ୍ମାରକୀ ପରିସରସ୍ଥ ପୋଖରୀରେ ପଡିଥିବା ଦେଖିଥିଲେ। ଅରୁଣରାଜ ନିଜ ବେକକୁ ଗୁଳି ମାରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ ପ୍ରକାଶ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories