www.samajalive.in
Sunday, December 14, 2025
26.1 C
Bhubaneswar

ବିକ୍ରି ନ ହୋଇ ଖାଲିପଡ଼ିଛି ୪.୪୦ ଲକ୍ଷ ଫ୍ଲାଟ

ନୂଆଦିଲ୍ଲୀ: ୨୦୧୭ ବର୍ଷରେ ଦେଶର ଅର୍ଥବ୍ୟବସ୍ଥା ସହ ରିୟଲ ଇଷ୍ଟେଟ ମଧ୍ୟ ସଂକଟରେ ପଡ଼ିଥିଲା। ଏହି ସମୟରେ ଦେଶର ୭ ବଡ଼ ସହରରେ ପ୍ରାୟ ୪ ଲକ୍ଷ ୪୦ ହଜାର ଫ୍ଲାଟ୍‌ ବିକ୍ରି ହୋଇ ନ ପାରି ଖାଲି ପଡ଼ିଛି। ପ୍ରପର୍ଟି କନସଲଟାଣ୍ଟ ଜେଏଲଏଲ ରିପୋର୍ଟ ମୁତାବକ, ବିକ୍ରି ହୋଇପାରି ନ ଥିବା ପ୍ରପର୍ଟି ପ୍ରସଙ୍ଗରେ ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ-ଏନ୍‌ସିଆର। ଏଠାରେ ପ୍ରାୟ ୧ ଲକ୍ଷ ୫୦ ହଜାର ଫ୍ଲାଟ ଖାଲି ପଡ଼ିଛି। ବିକ୍ରି ହୋଇନଥିବା ପ୍ରପର୍ଟି ସଂଖ୍ୟା ଅଧିକ ଥିବାରୁ ଏଗୁଡିକର ମୂଲ୍ୟ ହ୍ରାସ ନିକଟରେ ପାଇବ ବୋଲି ଜିଏଲଏଲ ପକ୍ଷରୁ ଅନୁମାନ କରାଯାଉଛି। ଜେଏଲଏଲର ଏହି ସର୍ଭେରେ ମୁମ୍ବଇ, ଦିଲ୍ଲୀ-ଏନ୍‌ସିଆର, ଚେନ୍ନାଇ ଓ ହାଇଦରାବାଦ, ପୁଣେ, ବେଙ୍ଗାଲୁରୁ, କଲିକତା ଆଦି ବଡ଼ ବଡ଼ ସହରଗୁଡ଼ିକୁ ସାମିଲ କରାଯାଇଥିଲା। ବିମୁଦ୍ରାୟନ ଓ ଜିଏସ୍‌ଟି କାରଣରୁ ଏହି ପରିସ୍ଥିତି ଉପୁଜିଥିବା ରିୟଲ ଇଷ୍ଟେଟ ବିଶେଷଜ୍ଞ ମତ ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories