ଲୋକାୟୁକ୍ତ ପ୍ରସଙ୍ଗରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବୀ

0

ଭୁବନେଶ୍ୱର: ଲୋକାୟୁକ୍ତ ଗଠନ ସମ୍ପର୍କରେ ସୁପ୍ରିମକୋର୍ଟରେ ସରକାର ଭୁଲ୍‍ ତଥ୍ୟ ଦେଇଥିବା ଅଭିଯୋଗ କରି ବିରୋଧୀ ଦଳ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି କଂଗ୍ରେସ କର୍ମୀମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହ ଚଳାଇବା ଅସମ୍ଭବ ହେବାରୁ ଉପବାଚସ୍ପତି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ସମସ୍ୟାର ସମାଧାନ ପାଇଁ ସରକାରୀ ଦଳର ସଦସ୍ୟମାନେ ବିରୋଧୀ ଦଳ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ସଞ୍ଜୟ ଦାସବର୍ମା ପ୍ରମୁଖ ଆଲୋଚନା କରିଥିଲେ ହେଁ କିଛି ସୁଫଳ ମିଳି ନଥିଲା। ଅପରାହ୍ଣ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଦସ୍ୟମାନେ ପୁଣି ଥରେ ଏହି ପ୍ରସଙ୍ଗ​‌ରେ ପୁଣି ଥରେ ହଟ୍ଟ ଗୋଳ କରିଥିଲେ। ଏହାପରେ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। ଗୃହ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

Leave A Reply