www.samajalive.in
Sunday, December 7, 2025
16.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଆକବର ଓ ଆଲୋକନାଥଙ୍କ ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ଯୌନ ଶୋଷଣ ଅଭିଯୁକ୍ତ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‍. ଜେ ଆକବର ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ସୋମବାର ମାନହାନି ମକଦ୍ଦମା ଦାୟର କରିଛନ୍ତି। ରମଣୀ ଦୁର୍ଭାବନାପୂର୍ଣ୍ଣ ମନୋବୃତ୍ତି ନେଇ ଜାଣିଶୁଣି ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବା ଲାଗି ଏଭଳି ଅଭିଯୋଗ ଆଣିଥିବା ଆକବର ଦର୍ଶାଇଛନ୍ତି। ଯୌନଶୋଷଣ ବିରୋଧରେ ସ୍ୱର ଉଠାଇବା ନେଇ ମହିଳାଙ୍କୁ ସାହସ ପ୍ରଦାନ କରିଥିବା ‘# ମି ଠୁ’ ଅଭିଯାନ କ୍ରମେ ରମଣୀ ପୂର୍ବତନ ସମ୍ପାଦକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ନେଇ ଭାରତୀୟ ରାଜନୀତିରେ ଚହଳ ପଡିଥିବାବେଳେ ଆକବର ନାଇଜେରିଆ ଗସ୍ତରେ ଥିଲେ। ରବିବାର ସେଠାରୁ ଫେରିବା ପରେ ସେ ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏଥିସହ ମନ୍ତ୍ରୀ ପଦରୁ ଇସ୍ତଫା ଦାବିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଗାମୀ ଲୋକସଭା ନିର୍ବାଚନରେ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବାର ଆଶଙ୍କାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ଆକବର ଅଭିଯୋଗର ସମ୍ମୁଖୀନ ହୋଇ ତାଙ୍କ ଜବାବ୍‍ ଉପସ୍ଥାପନ କରିଛନ୍ତି; ଯାହାକି ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେପି ମୁଖପାତ୍ର ଜିଭିଏଲ୍‍ ନରସିହ୍ମା ମଧ୍ୟ କହିଛନ୍ତି।
ଆକବର ମାନହାନୀ ମକଦ୍ଦମାରେ ଉଲ୍ଲେଖ କରିଛନ୍ତି ଯେ ସେ ଜଣେ ସାମ୍ବାଦିକ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିବା ସହିତ ଭାରତର ପ୍ରଥମ ସାପ୍ତାହିକ ପତ୍ରିକା ଆରମ୍ଭ କରିଥଲେ। ରମଣୀ ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ମର୍ଯ୍ୟାଦାହାନିକାରକ ମନ୍ତବ୍ୟ ଉଲ୍ଲେଖ କରିବା ଦ୍ୱାରା ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ଆଇନଜୀବୀ ସନ୍ଦୀପ କପୁରଙ୍କ ଦ୍ୱାରା ଆକବର ଏହି ମାନହାନି ମକଦ୍ଦମା କରିଛନ୍ତି। ଆକବରଙ୍କ ମାନହାନୀ ମକଦ୍ଦମା ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟା ଉପସ୍ଥାପନ କରି ରମଣି କହିଛନ୍ତି, ସତ୍ୟ ହିଁଁ ତାଙ୍କ ଶକ୍ତି। ମକଦ୍ଦମାକୁ ନେଇ ସେ ବ୍ୟତୀବ୍ୟସ୍ତ ନୁହନ୍ତି। ଆକବର ଏଭଳି ଏକ ରାଜନୈତିକ ଦଳର ସମର୍ଥନ ଲାଭ କରିଛନ୍ତି ଯାହା ଦ୍ୱାରା ଆରମ୍ଭ କରାଯାଇଥିବା ‘ବେଟି ବଚାଓ’ ଅଭିଯାନ ଫମ୍ପା ପଡିଯାଇଛି। ଆକବରଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ; ବରଂ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ବାଜି ଲଗାଇ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣିଛୁ।
ଅନ୍ୟଏକ ଘଟଣାରେ ନିଜ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଅଭିନେତା ଆଲୋକ ନାଥ ଅଭିଯୋଗକାରିଣୀ ଲେଖିକା ତଥା ପ୍ରଯୋଜିକା ବିନତା ନନ୍ଦାଙ୍କ ବିରୋଧରେ ମାତ୍ର ୧ ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି। ବିନତା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଦର୍ଶାଇ ଆଲୋକ ଏ ନେଇ ବିନତାଙ୍କଠାରୁ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ‘# ମି ଠୁ’ ଅଭିଯାନ କ୍ରମେ ମହିଳାମାନେ ନିଜ ସହିତ ଘଟିଥିବା ଯୌନ ନିର୍ଯାତନା ଘଟଣାକୁ ପ୍ରକାଶ କରୁଛନ୍ତି। ଏହାଦ୍ୱାରା ବହୁ ସେଲିବ୍ରିଟି ତଥା ଭିଆଇପିଙ୍କ ଗୁମର ଫିଟିବାରେ ଲାଗିଛି। ମୋଟାମୋଟି ଭାବେ ‘# ମି ଠୁ’ ଅଭିଯାନ ଏବେ ସର୍ବତ୍ର ଚହଳ ସୃଷ୍ଟି କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories