ପୋଲ ତଳୁ ପୁଳା ପୁଳା ଔଷଧ ଜବତ

0

ନୟାଗଡ଼ : ଖଣ୍ଡପଡା ଥାନା ଅନ୍ତର୍ଗତ ଗୋଛାବାରି ଗାଁ ନିକଟରେ ଏକ ପୋଲ ତଳେ ବହୁ ପରିମାଣର ଔଷଧ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ମେଡିସିନର ଅବଧି ସରିଯାଇଥିବା ବେଳେ ଆଉ କିଛି ମେଡିସିନ ଅବଧି ତାରିଖ ରହିଛି। ତେବେ ଏତେ ପରିମାଣର ଔଷଧ କିଭଳି ଆସିଲା ତାହା ସ୍ପଷ୍ଟ ହୋଇନଥିବା ଜଣାପଡିଛି। ଔଷଧଗୁଡିକରେ ସରକାରୀ ଲୋଗୋ ଥିବା ଦେଖିବାକୁ ମିଳିଛି। ଏହି ଔଷଧ ଗୁଡିକର ଆନୁମାନିକ ମୂଲ୍ୟ ୩୦ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ତେବେ ଡାକ୍ତରଖାନାର ୫ ଶହ ମିଟର ଦୂରରେ ମେଡ଼ିସିନ୍‌ ପଡିଥିବାରୁ ମେଡିକାଲ୍‌ର କର୍ମଚାରୀମାନେ ଏଭଳି କାମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି।

Leave A Reply