www.samajalive.in
Sunday, December 7, 2025
23.1 C
Bhubaneswar

ଏପ୍ରିଲ ୧୮ରେ ଡାକ୍ତରୀ ପିଜି ପ୍ରବେଶିକା

ଭୁବନେଶ୍ବର: ଡାକ୍ତରୀ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ଏପ୍ରିଲ ୧୮ରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍‌ ପୋଷ୍ଟଗ୍ରାଜୁଏଟ(ଏନ୍‌ଇଇଟି-ପିଜି) ପରୀକ୍ଷା ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଏକଜାମିନେସନ(ଏନ୍‌ବିଇ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦେଶରେ ଥିବା ୬,୧୦୨ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ମାଷ୍ଟର ଅଫ୍‌ ସର୍ଜରୀ (ଏମ୍‌ଏସ୍‌)ରେ ୧୦,୮୨୧, ଡକ୍ଟର ଅଫ୍‌ ମେଡିସିନ୍‌ (ଏମ୍‌ଡି)ରେ ୧୯,୯୫୩, ପିଜି ଡି‌େ‌ପ୍ଲାମାରେ ୧,୯୭୯ ଏବଂ ଏମ୍‌ଡିଏସ୍‌ରେ ୬୫୦୧ ସିଟ୍‌ ଉପଲବ୍ଧ ରହିଛି। ଉପରୋକ୍ତ ସିଟ୍‌ରେ ଏମ୍‌ବିବିଏସ୍‌ ଡାକ୍ତର ପିଜି ପାଠ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବେ।

- Advertisement -

ଚଳିତ ବର୍ଷ କମ୍ପ୍ୟୁଟର ବେସ୍‌ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ। ସାଢେ ୩ ଘଣ୍ଟା ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ଏମ୍‌ବିବିଏସ୍‌ ଡାକ୍ତର ଜୁନ୍ ୩୦ ସୁଦ୍ଧା ଇଣ୍ଟର୍ଣ୍ଣସିପ୍ ସମ୍ପୂର୍ଣ୍ଣ କରିଥିବେ ସେହିମାନେ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିପାରିବେ; କିନ୍ତୁ ତା’ପୂର୍ବରୁ ଏମ୍‌ବିବିଏସ୍‌ ସାର୍ଟିଫିକେଟ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଏବଂ ରାଜ୍ୟ ମେଡିକାଲ କାଉନସିଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories