www.samajalive.in
Monday, December 15, 2025
15.1 C
Bhubaneswar

‘ଶିକ୍ଷା ବ୍ୟବସାୟ ନୁହେଁ, ପଢ଼ା ଖର୍ଚ୍ଚ ସୀମାରେ ରହୁ’

ନୂଆଦିଲ୍ଲୀ : ଶିକ୍ଷା ବ୍ୟବସାୟ ନୁହେଁ, ଲାଭ ପାଇବାକୁ ଶିକ୍ଷାର ବ୍ୟବସାୟୀକରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଡାକ୍ତରୀ ପାଠ୍ୟକ୍ରମ ନିମନ୍ତେ ଟ୍ୟୁସନ୍‌ ଫି’କୁ ଗତ ୨୦୧୭ରେ ପୂର୍ବବର୍ଷ ତୁଳନାରେ ପାଖାପାଖି ୭ଗୁଣା ବଢ଼ାଇ ଦେଇଥିବାରୁ ଏହା ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌ଆର ଶାହା ଓ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଏହି ମନ୍ତବ୍ୟ ଦେଇଛନ୍ତି।
ସୂଚନାଥାଉ କି ୨୦୧୭ରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଆନ୍ଧ୍ରପ୍ରଦେଶ ସରକାର ଟ୍ୟୁସନ୍‌ ଫି’କୁ ୭ ଗୁଣା ବଢ଼ାଇ ଦେଇଥିଲେ। ଫଳରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୪ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା। ଏହାକୁ ବିରୋଧ କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର କରି ହାଇକୋର୍ଟ ଆନ୍ଧ୍ର ସରକାରଙ୍କ ଫି’ ବୃଦ୍ଧି ନିଷ୍ପତ୍ତିକୁ ଖାରଜ କରି ଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବିଭିନ୍ନ ଡାକ୍ତରୀ ମହାବିଦ୍ୟାଳୟ ତରଫରୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ପୀଠ ଦର୍ଶାଇଥିଲେ ଟ୍ୟୁସନ୍‌ ଫି’ ବୃଦ୍ଧି ବିରୋଧରେ ହାଇକୋର୍ଟ ଦେଇଥିବା ରାୟ ଯୁକ୍ତିଯୁକ୍ତ। ଶିକ୍ଷା ବ୍ୟବସାୟ ନୁହେଁ ବୋଲି ସମସ୍ତେ ମନେ ରଖିବା ଉଚିତ୍‌। ଲାଭ ହାସଲ ଉଦ୍ଦେଶ୍ୟରେ ଶିକ୍ଷାକୁ ବ୍ୟବହାର କରାଯାଇ ପାରିବ ନାହିଁ। ପାଠପଢ଼ା ଖର୍ଚ୍ଚ ଏକ ସୀମା ମଧ୍ୟରେ ରହିବା ଉଚିତ୍‌, ଫଳରେ ସବୁ ଛାତ୍ରଛାତ୍ରୀଙ୍କ ପରିବାର ଏହାକୁ ବହନ କରିବାକୁ ସକ୍ଷମ ହୋଇପାରିବେ। ଏକାଥରକେ ୭ ଗୁଣ ଫି’ ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ। ଫି’ ବୃଦ୍ଧି ସମୟରେ ପ୍ରଚଳିତ ନିୟମକୁ ଧ୍ୟାନରେ ରଖିବାକୁ ପଡ଼ିବ। ବୈଷୟିକ ଶିକ୍ଷାନୁଷ୍ଠାନର ଅବସ୍ଥିତି, ପାଠ୍ୟକ୍ରମର ଚାହିଦା, ପାଠ୍ୟକ୍ରମ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନରେ ରହିଥିବା ଭିତ୍ତିଭୂମି, ଶିକ୍ଷାନୁଷ୍ଠାନ ପରିଚାଳନା ପାଇଁ ହେଉଥିବା ଖର୍ଚ୍ଚ, ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ରିଆତି ଆଦି ସମ୍ପର୍କରେ ତର୍ଜମା ପରେ ଫି’ ବୃଦ୍ଧି କରାଯିବା ଯୁକ୍ତିଯୁକ୍ତ।
ଆନ୍ଧ୍ର ହାଇକୋର୍ଟ ଡାକ୍ତରୀ ପାଠ୍ୟକ୍ରମ ପାଇଁ ବର୍ଦ୍ଧିତ ଫି’ ବାବଦ ଅର୍ଥ ଫେରାଇବାକୁ ସରକାରଙ୍କୁ ଯେଉଁ ନିର୍ଦେଶ ଦେଇଥିଲେ ସେଥିରେ କୌଣସି ଭୁଲ୍‌ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ମାତ୍ରାଧିକ ଫି’ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କ ପରିବାର ବିଭିନ୍ନ ସୂତ୍ରରୁ ଋଣ କରି ଦହଗଞ୍ଜ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଚଳିତ ଥିବା ଫି’ ବାବଦ ଅର୍ଥ ରଖି ଡାକ୍ତରୀ ମହାବିଦ୍ୟାଳୟ ବାକିଆ ଅର୍ଥ ଛାତ୍ରଛାତ୍ରୀଙ୍କ ପରିବାରକୁ ଫେରାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଡାକ୍ତରୀ ମହାବିଦ୍ୟାଳୟ ତରଫରୁ ଦାୟର ମାମଲାକୁ ଖାରଜ କରି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories