www.samajalive.in
Monday, December 15, 2025
17.1 C
Bhubaneswar

ଦୂରଦୃଷ୍ଟି ସମ୍ପନ୍ନ ଥିଲେ ପ୍ରଦ୍ୟୁମ୍ନ ବଳ : କେନ୍ଦ୍ରମନ୍ତ୍ରୀ

ଉତ୍ତର ଭୁବନେଶ୍ୱର : ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ସୁବର୍ଣ୍ଣ ଜୟନ୍ତୀ ଓ ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ଉତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କୁ ଦୂରଦ୍ରଷ୍ଟା ଭାବେ ବର୍ଣ୍ଣନା କରିବା ସହିତ ତାଙ୍କ ଅବର୍ତ୍ତମାନରେ ତାଙ୍କର ଅନୁଚିନ୍ତା ସମାଜ ପାଇଁ ଅନେକ ସଫଳତାର ରାସ୍ତା ଦେଖାଉଛି ବୋଲି କହିଥିଲେ। ସେ କହିଥିଲେ ପ୍ରଗତିବାଦୀ ତାଙ୍କ ଦ୍ୱାରା ସୃଷ୍ଟ ହୋଇଥିଲାବେଳେ ଏବେବି ତାଙ୍କ ନୀତି ଆଦର୍ଶରେ ଆଗେଇ ୫୦ ବର୍ଷରେ ପହଞ୍ଚିଛି।
ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସୂଚନା ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ କହିଥିଲେ ଯେ କିଟ ଓ କିସ ଭଳି ବିଶ୍ୱସ୍ତରୀୟ ସଂସ୍ଥାର ମୂଳଦୁଆ ଯେଉଁ ବ୍ୟକ୍ତି ରଖିଥିଲେ ସେଥିରୁ ତାଙ୍କ ଦୂରଦୃଷ୍ଟି ବୁଝିବାକୁ ପଡିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କ ସହ ତାଙ୍କର କିପରି ଆନୁଗତ୍ୟତା ରହିଥିଲା ସେ ବିଷୟରେ କହିବା ସହିତ ଭୁବନେଶ୍ୱର ସୁନ୍ଦର ଆଉ ସବୁଜମୟ ହେବା ପଛରେ ତାଙ୍କର ପ୍ରେରଣା ଓ ପ୍ରଚେଷ୍ଟା ଥିଲା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର ବାସା କହିଥିଲେ ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପରେ ସେ ଜଣେ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଥିଲେ। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଶାଶ୍ୱତୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାଧୀନତାର ୭୫ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଗଣମାଧ୍ୟମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଆଲୋଚନାର ବିଷୟବସ୍ତୁ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ସାମ୍ବାଦିକତାରେ ସାଲିସ କରିବା ଉଚିତ ନୁହେଁ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ବର୍ତ୍ତମାନ ସାମ୍ବାଦିକମାନେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାକୁ ପ୍ରାଧାନ୍ୟ ଦେଉ ନ ଥିବା ବେଳେ ଏହାଦ୍ୱାରା ସମାଜ ପ୍ରଭାବିତ ହେଉଛି। ସମ୍ମାନିତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories