www.samajalive.in
Sunday, December 7, 2025
26.1 C
Bhubaneswar

ଝାରସୁଗୁଡ଼ା ଠାରେ ହାର୍ଟ ହସ୍ପିଟାଲ ପରିଚାଳନା ପାଇଁ ମେଦାନ୍ତ ଗ୍ରୁପ୍ ସହ ଆଲୋଚନା

ଭୁବନେଶ୍ବର: ଝାରସୁଗୁଡ଼ା ଠାରେ ପ୍ରସ୍ଥାବିତ ହାର୍ଟ ହସ୍ପିଟାଲ ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ହେବାକୁ ଥିବା ବେଳେ ଏଥିରୁ କେୟାର ଗ୍ରୁପ୍ ନିଜର ଅନିଚ୍ଛା ପ୍ରକାଶ କରି ଓହରି ଯିବା ପରେ ସରକାରଙ୍କ ପକ୍ଷରୁ ମେଦାନ୍ତ ଗ୍ରୁପ୍ ସହିତ ହସ୍ପିଟାଲ ପରିଚାଳନା ପାଇଁ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ, ଡ଼ା ବୃନ୍ଦା ଡ଼ି, ସ୍ୱତନ୍ତ୍ର ସଚିବ, ଡ଼ା ଅଜିତ୍ ମହାନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡ଼ା ବିଜୟ ମହାପାତ୍ର, ବିଭାଗୀୟ ଯୁଗ୍ମ ସଚିବ, ଜସ୍ମିନ୍ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲର କାର୍ଡ଼ିଆକ୍ ୟୁନିଟ୍ର ନିର୍ଦ୍ଦେଶକ, ଡ଼ା ପ୍ରଭାତ କୁମାର ଦାଶ ପ୍ରମୁଖ ମେଦାନ୍ତ ଗ୍ରୁପର ଅଧ୍ୟକ୍ଷ ନରେଶ ତ୍ରେହାନ୍ଙ୍କ ସହିତ ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ ଓ ଆର୍ଫଡ଼େବିଲ ହେଲଥ୍ କେୟାର ସଂପର୍କରେ ଆଲୋଚନା କରିଥିଲେ।

ଏହି ପ୍ରକଳ୍ପ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ହାର୍ଟ ହସ୍ପିଟାଲ ପାଇଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସରକାର ଏଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ ସଂରଜାମ ଯୋଗାଇ ଦେବେ। ସ୍ଥିରିକୃତ ଘରୋଇ ସଂସ୍ଥା ମାନବ ସମ୍ବଳ ସହ ଏହି ହସ୍ପିଟାଲର ପରିଚାଳନା କରିବେ। ଏବେ ରଜ୍ୟ ସରକାରଙ୍କ ପକ୍ଷରୁ ‘ମେକ୍ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ପ୍ରକଳ୍ପରେ ଘରୋଇ ବିନିଯୋଗକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଝାରସୁଗୁଡ଼ାକୁ ଯୋଗାଯୋଗର ସୁବ୍ୟବସ୍ଥା ରହିଥିବା ବେଳେ ଏଠାରେ ଏକ ବିମାନ ବନ୍ଦର ରହିଛି ଏବଂ ଭାରତର ପ୍ରମୁଖ ସ୍ଥାନକୁ ଆକାଶ ମାର୍ଗରେ ବିମାନ ଚଳାଚଳ କରୁଅଛି। ମେଦାନ୍ତ ଗ୍ରୁପ୍ ସହ ସରକାରଙ୍କର ଆଲୋଚନା ଫଳପ୍ରଦ ହୋଇଥିବା ବେଳେ ଖୁବ୍ ଶୀଘ୍ର ମେଦାନ୍ତ ଗ୍ରୁପର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଝାରସୁଗୁଡ଼ା ଗ୍ରସ୍ତରେ ଆସି ହାର୍ଟ ହସ୍ପିଟାଲ ପାଇଁ ପ୍ରସ୍ତୁତ ଭିତିଭମୂ ିର ତଦାରଖ କରିବା ସହ
ପ୍ରସ୍ତାବିତ କ୍ୟାନସର କେୟାର ହସ୍ପିଟାଲ ଓ ଆର୍ଫଡ଼େବିଲ୍ ହେଲଥ୍ କେୟାର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ। ମେଦାନ୍ତ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗରେ ଥିବା ଏକ ପ୍ରତିଷ୍ଠିତ ଗ୍ରୁପ୍ ଓଡ଼ିଶାରେ ହସ୍ପିଟାଲ ପରିଚାଳନା କରିବା ପାଇଁ ଆଗେଇ ଆସିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories