www.samajalive.in
Tuesday, December 9, 2025
16.1 C
Bhubaneswar

ନବରାତ୍ରି ପାଇଁ ଗୁରୁଗ୍ରାମରେ ବଳ ପୂର୍ବକ ବନ୍ଦ କରାଗଲା ମାଂସ ଦୋକାନ

ଗୁରୁଗ୍ରାମ : ନବରାତ୍ରି ପାଇଁ ହରିୟାଣାର ଗୁରୁଗ୍ରାମରେ ବୁଧବାରଠାରୁ ବଳ ପୂର୍ବକ ମାସଂ ଦୋକାନା ସବୁ ବନ୍ଦ କରିଦିଆଯାଇଛି। ମିଳିତ ହିନ୍ଦୁ ସଂଗ୍ରାମ ସିମିତି (ଏସ୍‍ଏଚ୍‍ଏସ୍‍ଏସ୍‍) ପକ୍ଷରୁ ବଳ ପୂର୍ବକ ମାଂସ ଦୋକାନ ସବୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖ ଯେ ୨୨ଟି ଆଞ୍ଚଳିକ ଦକ୍ଷିଣପନ୍ଥୀ ଦଳକୁ ନେଇ ହିନ୍ଦୁ ସଂଗ୍ରାମ ସମିତି ଗଠନ କରାଯାଇଛି। ସୂଚନା ଅନୁସାରେ ଏସ୍‍ଏଚ୍‍ଏସ୍‍ଏସ୍‍ ପକ୍ଷରୁ ନବରାତ୍ରିର ୯ ଦିନ ପାଇଁ ସବୁ ମାଂସ ଦୋକାନ ବନ୍ଦ କରିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲା। ହେଲେ ଏନେଇ କିଛି କରାନଯିବାରୁ ସଂଗଠନର ସଦସ୍ୟମାନେ ରାସ୍ତାରେ ପ୍ରତିବାଦ ଜଣାଇଥିଲେ। ଫଳରେ ସେମାନେ ବଳ ପୂର୍ବକ ସମସ୍ତ ମାଂସଦ ଦୋକାନ ବନ୍ଦ କରିଦେଇଥିଲେ। ଯଦି କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଏସ୍‍ଏଚ୍‍ଏସ୍‍ଏସ୍‍ ପକ୍ଷରୁ କୁହାଯାଇଛି। ଦୋକାନ ବନ୍ଦ କରିବା ପାଇଁ କେତେକ ବ୍ୟବସାୟୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବଳ ପୂର୍ବକ ଦୋକାନ ବନ୍ଦ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁଗ୍ରାମ ଉପ-କମିଶନର ବିନୟ ପ୍ରତାପ ସିଂହ କହିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories