www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ ଲଞ୍ଚ୍‌ ହେଲା ମାକ୍‌ଲରେନ୍‌ ଆର୍ଟ୍ୟୁରା ହାଇବ୍ରିଡ଼ ସୁପରକାର; ଘଣ୍ଟା ପ୍ରତି ବେଗ ୩୩୦ କିମି

ମାକ୍‌ଲରେନ୍‌ ଅଟୋମୋଟିଭ(McLaren Automotive) ଏହାର ନୂଆ ହାଇବ୍ରିଡ଼ ସୁପରକାର ଆର୍ଟ୍ୟୁରା(Artura)କୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି। ମାକ୍‌ଲରେନ୍‌ ଆର୍ଟ୍ୟୁରାର ପୂର୍ବତନ ଶୋରୁମ୍ ମୂଲ୍ୟ ପ୍ରାୟ ୫.୧ କୋଟି ଟଙ୍କା। ମାକ୍‌ଲରେନ୍‌ର କହିବାନୁଯାୟୀ, ‘ଆର୍ଟ୍ୟୁରା’ ନାମ ‘ଆର୍ଟ ଆଣ୍ଡ୍‌ ଫ୍ୟୁଚର’ରୁ ଆସିଛି। ଆର୍ଟ୍ୟୁରା ବାହାନ ନିର୍ମାତାଙ୍କ ବର୍ତ୍ତମାନ ପର୍ଯ୍ୟନ୍ତର ପ୍ରଥମ ସିରିଜ୍‌-ଉତ୍ପାଦନ ହେଉଛି ଅଧିକ କ୍ଷମତା ସମ୍ପନ୍ନ ଏହି ହାଇବ୍ରିଡ଼୍‌ ସୁପରକାର। ଭାରତରେ ମାକ୍‌ଲରେନ୍‌ ଆର୍ଟ୍ୟୁରାର ଲଞ୍ଚିଂ ସୂଚନା ୨୦୨୨ମସିହା ନଭେମ୍ବର ମାସରେ ମିଳିଥିଲା, ଯେତେବେଳେ ବ୍ରାଣ୍ଡ୍‌ ମୁମ୍ବଇରେ ଏହାର ପ୍ରଥମ ଡିଲରସିପ୍‌ ଖୋଲିବା ସହ ଭାରତରେ ପ୍ରବେଶ ନେଇ ଘୋଷଣା କରିଥିଲା। ନିର୍ମାତା କହିଛନ୍ତି ଯେ, ସେମାନେ ଏକ ବର୍ଷରେ ୨୦ରୁ ଅଧିକ କାର ବିକ୍ରି କରିଛନ୍ତି ଏବଂ ଏହି ସେଗମେଣ୍ଟର ୨୫ ପ୍ରତିଶତ ବଜାର ଅଂଶ ହାସଲ କରିଛନ୍ତି।

- Advertisement -

ଇଞ୍ଜିନ କ୍ଷମତା ଓ ସ୍ପିଡ୍‌:

ଏହି ହାଇବ୍ରିଡ଼୍‌ ସୁପରକାର୍‌ ବିଷୟରେ କହିବାକୁ ଗଲେ, ଏଥିରେ ନୂଆ ୩.୦ ଲିଟର ଭି୬ ପେଟ୍ରୋଲ ଇଞ୍ଜିନ ରହିଛି, ଯାହା ଟ୍ବିନ୍‌-ଟର୍ବୋଚାର୍ଜଡ୍‌ ଓ ଏହାକୁ ହାଇବ୍ରିଡ଼୍‌ ସହାୟତା ମଧ୍ୟ ମିଳିଥାଏ। ଏହି କାର୍‌ ୬୭୧ ବିଏଚ୍‌ପି ଏବଂ ୭୨୦ ଏନଏମ୍‌ର ମିଳିତ ଶକ୍ତି ଉତ୍ପାଦନ କରିଥାଏ। ଇଞ୍ଜିନ୍ ୮-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ସଂଯୋଗ ହୋଇଛି, ଯାହା କେବଳ ପଛ ଚକକୁ ଶକ୍ତି ପଠାଇଥାଏ। କାରର ସର୍ବାଧିକ ସ୍ପିଡ୍‌ ଇଲେକ୍ଟ୍ରୋନିକ୍ ଭାବେ ଘଣ୍ଟା ପ୍ରତି ୩୩୦ କିଲୋମିଟର ମଧ୍ୟରେ ସୀମିତ। ମାକ୍‌ଲରେନ୍‌ ଆର୍ଟ୍ୟୁରା କାର ମାତ୍ର ୩ ସେକେଣ୍ଡରେ ୦ରୁ ୧୦୦ କିମି ବେଗ ଧରିବାର କ୍ଷମତା ରହିଛି ଏବଂ ୦ରୁ ୨୦୦ କିମି ବେଗ ଧରିବାକୁ ୮.୩ ସେକେଣ୍ଡ ସମୟ ନେଇଥାଏ।

ରହିଛି ୪ ଡ୍ରାଇଭିଂ ମୋଡ୍‌:

ମାକ୍‌ଲରେନ୍‌ ଆର୍ଟ୍ୟୁରାରେ ଇ-ମୋଡ୍‌, କମ୍ଫର୍ଟ, ସ୍ପୋର୍ଟ ଓ ଟ୍ରାକ୍‌ ଭଳି ୪ଟି ଡ୍ରାଇଭିଂ ମୋଡ୍‌ ରହିଛି।

ବ୍ୟାଟେରୀ ପ୍ୟାକ୍‌: 

ଆର୍ଟ୍ୟୁରା ହେଉଛି ଅଟୋମେକର୍ ରେଞ୍ଜର ପ୍ରଥମ ମଡେଲ୍, ଯାହାକି ସମ୍ପୂର୍ଣ୍ଣ ନୂଆ ମାକ୍‌ଲରେନ୍‌ କାର୍ବନ୍ ଲାଇଟୱେଟ୍ ଆର୍କିଟେକଚର୍ (ଏମସିଏଲଏ)ରେ ନିର୍ମିତ। ଏହାକୁ ବିଶେଷ କରି ଭବିଷ୍ୟତର ହାଇ-ପର୍‌ଫର୍‌ମାନ୍ସ ହାଇବ୍ରିଡ଼୍‌(ଏଚପିଏଚ) ଇଞ୍ଜିନ ପାଇଁ ଡିଜାଇନ୍ କରାଯାଇଛି। ସୁପରକାର୍‌କୁ ଇ-ମୋଟର ପାଇଁ ୭.୪ କେଡବ୍ଲ୍ୟୁଏଚ ବ୍ୟାଟେରୀ ପ୍ୟାକ୍‌ ମିଳିଥାଏ, ଯାହା ଏକୁଟିଆ ୩୧ କିମି ରେଞ୍ଜ୍‌ ଦେଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories