www.samajalive.in
Saturday, December 6, 2025
26.1 C
Bhubaneswar

୨ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ୱରଙ୍କୁ କଲେ ଦର୍ଶନ

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ଓ ଗଜଭୋଗ ନେବା ପାଇଁ ପୀଠରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଧାଡିରେ ରହି ଘଣ୍ଟଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲେ ଶ୍ରଦ୍ଧାଳୁମାନେ। ପ୍ରଭୁ ଧବଳେଶ୍ୱରଙ୍କ  ବଡସିଂହାର ବେଶ ଓ ବଡଓଷା ଥିବାରୁ ରାତିରୁ ଶ୍ରଦ୍ଧାଳୁଙ୍କ ଆଗମନ ଅହେତୁକ ସଂଖ୍ୟାରେ ବୃଦ୍ଧି ପାଇଥିଲା। ସକାଳୁ ମଧ୍ୟ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ ଓ ଗଜଭୋଗ ପାଇଁ ସମାଗମ ହେବା ଫଳରେ ପୀଠ ଭକ୍ତାରଣ୍ୟ ହୋଇପଡିଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଲାଗି ରହିଥିଲା। ପ୍ରଭୁଙ୍କୁ ଦର୍ଶନ ପାଇଁ ଅଢେଇଘଣ୍ଟା ପର୍ଯ୍ୟନ୍ତ ଧାଡିରେ ରହି ଧର୍ଯ୍ୟର ସହ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଥିବା ଦେଖାଯାଇଥିଲା । ରାତି ୨ଟାରେ ନୀତିକାଳିଆ ଶିଶିର ପତ୍ରୀ ପହଡ ଖୋଲି ମଙ୍ଗଳଆଳତୀ, ଧୂପ ଓ ୧୦୮ ଗରାରେ ସ୍ନାନ ଆଦି ନୀତିକାନ୍ତି ସମାପନ ପରେ ବାଳଭୋଗ, ସିଙ୍କୁଢି ଭୋଗ ପରେ ପ୍ରଭୁଙ୍କ କମନୀୟ ହରିହର ବେଶ ଅନୁଷ୍ଠିତ ହୋଇଥିଲା । ରାତି ୩ଟାରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭିଡ ଏତେ ଅସମ୍ଭାଳ ହୋଇଥିଲା ଯେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଦିନତମାମ ପୀଠରେ ରହି ନିୟନ୍ତ୍ରଣ କରିଥିଲେ । ପ୍ରଶାସନ ପକ୍ଷରୁ ଗତକାଲି ରାତ୍ରିଯାପନ କରିଥିବା ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ କଳାକାରମାନଙ୍କ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories