www.samajalive.in
Sunday, December 7, 2025
23.1 C
Bhubaneswar

ଆମ୍ୱୁଲାନ୍ସକୁ ଧକ୍କା ଦେଲା ଟ୍ରେଲର୍‌, ୪ ମୃତ

ରାୟଗଡ଼ା: ଆଜି ଆମ୍ବୁଲାନ୍ସକୁ ଏକ ଟ୍ରେଲର ଧକ୍କା ଦେବାଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣଙ୍କୁ ସେଠାରୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଞ୍ଜରିକୋପା ନିକଟରେ ଘଟିଛି। ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ। ବିଷମକଟକରୁ ଚିକିତ୍ସା ସାରି ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ଥିବା ସୂଚନା ମିଳିଛି।

ମୃତକମାନେ ବିଷମକଟକରୁ ବଲାଙ୍ଗିର ଜିଲା ବଙ୍ଗମୁଣ୍ଡାକୁ ଆମ୍ବୁଲାନ୍ସରେ ଫେରୁଥିଲେ। ତେବେ ମଞ୍ଜରିକୋପା ନିକଟରେ ଝରସୁଗୁଡ଼ାରୁ ଟିକିରି ଯାଉଥିବା ଏକ ଟ୍ରେଲ୍‌ର, ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା। ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ରୋଗୀ ସମେତ ୬ ଚାପି ହୋଇଯାଇଥିଲେ। ଘଟଣା ସସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତ ୩ ଜଣଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ଉଦ୍‌ବେଗଜନକ ରହିଛି। ଖବର ଲେଖାହେବା ପର୍ୟ୍ୟନ୍ତ ମୃତକ ଓ ଆହତମାନଙ୍କ ପରିଚୟ ମିଳିପାରି ନାହିଁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories