ସରକାରୀ ମେଡିକାଲ କଲେଜ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଆବଣ୍ଟନ

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମେଡିକାଲ କଲେଜର ସିଟ୍‌ ଆବଣ୍ଟନ କରାଯାଇଛି। ଶିକ୍ଷାବର୍ଷ ୨୦୧୯-୨୦ରେ ଆବଣ୍ଟିତ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇବେ।
ଏସ୍‌ସିବି ମେଡିକାଲ କଲେଜରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ରହିଛି। ସେଥିରୁ ରାଜ୍ୟସ୍ତରୀୟ ସଂରକ୍ଷଣରେ ୨୧୨ ଓ ସର୍ବଭାରତୀୟ ସଂରକ୍ଷଣରେ ୩୮ ସିଟ୍‌ ସଂରକ୍ଷିତ ରଖାଯାଇଛି। ରାଜ୍ୟସ୍ତରୀୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୫୩ ସିଟ୍‌ ଥିବାବେଳେ ଅନୁସୂଚିତ ଜନଜାତି ବର୍ଗ ୨୫, ଅନୁସୂଚିତ ଜାତି ବର୍ଗ ୧୭, ଏକ୍ସ-ସର୍ଭିମନ ୬ ଓ ଗ୍ରିନକାର୍ଡ ବର୍ଗଙ୍କ ପାଇଁ ୧୧ଟି ସିଟ୍‌ ଉଦ୍ଦିଷ୍ଟ ଅଛି। ଏମ୍‌କେସିଜି ବ୍ରହ୍ମପୁରରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ରାଜ୍ୟସ୍ତରୀୟ ସଂରକ୍ଷଣ ୨୧୨ ଓ ସର୍ବଭାରତୀୟ ସଂରକ୍ଷଣରେ ୩୮ ସିଟ୍‌ ସଂରକ୍ଷିତ ରହିଛି। ରାଜ୍ୟସ୍ତରୀୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ୧୫୩, ଅନୁସୂଚିତ ଜନଜାତି ବର୍ଗ ୨୫, ଅନୁସୂଚିତ ଜାତି ବର୍ଗ ୧୭, ଏକ୍ସ-ସର୍ଭିସ ବର୍ଗ ୬ ଓ ଗ୍ରିନକାର୍ଡ ବର୍ଗଙ୍କ ପାଇଁ ୧୧ଟି ସିଟ୍‌ ସଂରକ୍ଷଣ ରଖାଯାଇଛି। ଭିମ୍‌ସାର ବୁର୍ଲାରେ ୨୦୦ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ରାଜ୍ୟସ୍ତରୀୟ ସଂରକ୍ଷଣରେ ୧୭୦ ଓ ସର୍ବଭାରତୀୟ ସଂରକ୍ଷଣରେ ୩୦ ସିଟ୍‌ ଅଛି। ରାଜ୍ୟସ୍ତରୀୟ ସଂରକ୍ଷିତ ସିଟ୍‌ରୁ ସାଧାରଣ ବର୍ଗ ୧୦୫, ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗ ୧୭, ଗ୍ରିନକାର୍ଡ ବର୍ଗ ୯, ଏକ୍ସ-ସର୍ଭିସ୍‌ମ୍ୟାନ ୫, ଅନୁସୂଚିତ ଜନଜାତି ବର୍ଗ ୨୦ ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୪ ସିଟ୍‌ ସଂରକ୍ଷଣ ଅଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୧୨୫ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ରାଜ୍ୟସ୍ତରୀୟ ସଂରକ୍ଷଣରେ ୧୦୬ ଓ ସର୍ବଭାରତୀୟସ୍ତରୀୟ ସଂରକ୍ଷଣରେ ୧୯ ସିଟ୍‌ ରଖାଯାଇଛି। ରାଜ୍ୟସ୍ତରୀୟ ସଂରକ୍ଷିତ ସିଟ୍‌ରୁ ସାଧାରଣ ବର୍ଗ ୬୬, ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗ ୧୧, ଗ୍ରିନକାର୍ଡ ବର୍ଗ ୫, ଏକ୍ସ-ସର୍ଭିସ୍‌ମ୍ୟାନ ୩, ଅନୁସୂଚିତ ଜାତି ବର୍ଗ ୮ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୩ଟି ସିଟ୍‌ ସଂରକ୍ଷଣ ରଖାଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ୧୨୫ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ଏଥିରୁ ରାଜ୍ୟସ୍ତରୀୟ ସଂରକ୍ଷଣ ୧୦୬ ଓ ସର୍ବଭାରତୀୟ ସଂରକ୍ଷଣରେ ୧୯ଟି ସିଟ୍‌ ରହିଛି। ରାଜ୍ୟସ୍ତରୀୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ୬୬, ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗ ୧୧, ଗ୍ରିନକାର୍ଡ ୫, ଏକ୍ସ-ସର୍ଭିସମ୍ୟାନ ୩ , ଅନୁସୂଚିତ ଜାତି ବର୍ଗ ୮ ଓ ଅନୁସୂଚିତ ଜନଜାତି ବର୍ଗ ୧୩ ସିଟ୍‌ ସଂରକ୍ଷିତ ରହିଛି।
ସରକାରୀ ମେଡିକାଲ କଲେଜ ବଲାଙ୍ଗୀରରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ ଥିବାବେ‌େ‌ଳ ରାଜ୍ୟସ୍ତରୀୟ ସଂରକ୍ଷଣରେ ୮୫ ଓ ସର୍ବଭାରତୀୟ ସଂରକ୍ଷଣ ୧୫ ସିଟ୍‌ ରଖାଯାଇଛି। ରାଜ୍ୟସ୍ତରୀୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ୬୧, ଗ୍ରିନକାର୍ଡ ୪, ଏକ୍ସ-ସର୍ଭିସ୍‌ମ୍ୟାନ ୩, ଅନୁସୂଚିତ ଜାତି ବର୍ଗ ୭ ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦ ସିଟ୍ ସଂରକ୍ଷଣ ରଖାଯାଇଛି। ସରକାରୀ ମେଡିକାଲ କଲେଜ ବାଲେଶ୍ବରରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ସେଥିରୁ ରାଜ୍ୟସ୍ତରୀୟ ସଂରକ୍ଷଣ ୮୫ ଓ ସର୍ବଭାରତୀୟ ସଂରକ୍ଷଣରେ ୧୫ ସିଟ୍‌ ଅଛି। ରଜ୍ୟସ୍ତରୀୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ୬୧, ଗ୍ରିନକାର୍ଡ ବର୍ଗ ୪, ଏକ୍ସ-ସର୍ଭିସ୍‌ମ୍ୟାନ ୩ ଓ ଅନୁସୂଚିତ ଜାତି ବର୍ଗ ୭ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦ ସିଟ୍‌ ରହିଛି। ଏସ୍‌ସିବି ଡେଣ୍ଟାଲ ମେଡିକାଲ କଲେଜରେ ୫୦ ବିଡିଏସ୍‌ ସିଟ୍‌ ଥିବାବେଳେ ରାଜ୍ୟସ୍ତରୀୟ ସଂରକ୍ଷଣ ୪୨ ଓ ସର୍ବଭାରତୀୟ ସଂରକ୍ଷଣରେ ୮ ସିଟ୍‌ ରଖାଯାଇଛି। ରାଜ୍ୟ ସଂରକ୍ଷଣ ସିଟ୍‌ରୁ ସାଧାରଣ ବର୍ଗ ୩୧, ଗ୍ରିନକାର୍ଡ ବର୍ଗ ୨, ଏକ୍ସ-ସର୍ଭିସ୍‌ମ୍ୟାନ ୧, ଅନୁସୂଚିତ ଜାତି ବର୍ଗ ୩ ଓ ଅନୁସୂଚିତ ଜନଜାତି ବର୍ଗ ୫ଟି ସିଟ୍ ସଂରକ୍ଷଣ ରଖାଯାଇଛି।

kalyan agarbati

Comments are closed.