www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ମାନଗୋବିନ୍ଦପୁର ଉପ୍ରା ବିଦ୍ରୟାଳୟ ଫାଟକରେ ଅଭିଭାବକ ଓ ଛାତ୍ରଛାତ୍ରୀ ମଙ୍ଗଳବାର ପୂର୍ବାହ୍ଣରେ ତାଲା ପକାଇ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ମିଳିନଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରଦାନ ଏବଂ ସ୍କୁଲରେ ବିଭିନ୍ନ ଅବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରି ଏହି ଧାରଣା ଦେଇଥିଲେ। ତେବେ ୩ଘଣ୍ଟା ପରେ ବିଆରସିସି ଘଟଣା ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ଦହିତ ଆଲୋଚନା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ପ୍ରକାଶ ଯେ, ଗ୍ରାମବାସୀଙ୍କ ଉଦ୍ୟମରେ ୧୯୪୮ମସିହାରେ ଏହି ସ୍କୁଲ ସ୍ଥାପନ ହୋଇ ବର୍ତ୍ତମାନ ଏଥିରେ ୧ମରୁ ୮ମ ଶ୍ରେଣୀରେ ମୋଟ ୧୬୯ଜଣ ପିଲା ଅଧ୍ୟୟନ କରୁଛନ୍ତି। ଜୁନ ୨୦୧୮ରେ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ବଦଳି କରାଯାଇଥିଲା। ଖାଲି ପଡିଥିବା ପଦବୀ ପୂରଣ ପାଇଁ ସହକାରୀ ଶିକ୍ଷକ ଫୁକୁଲୁ ସିଂଙ୍କୁ ଡିସେମ୍ବର ମାସରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ଦାୟିତ୍ୱ ପ୍ରଦାନ ପରେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆର୍ଥିକ କ୍ଷମତା ପ୍ରଦାନ ଦିଆଯାଇ ନଥିବାରୁ ସ୍କୁଲରେ ଅବ୍ୟବସ୍ଥା ଦେଖାଦେଇଛି। ଫଳସ୍ୱରୂପ ଯଥା ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ମିଳିନଥିବା ବେଳେ ଅର୍ଥାଭାବରୁ ମଧ୍ୟାହ୍ନ ଭୋଜନ ପରିଚାଳନାରେ ବିଭ୍ରାଟ ଘଟୁଛି ବୋଲି ଅଭିଭାବକ ଓ ପିଲାମାନେ ଅଭିଯୋଗ କରିଛନ୍ତି। ବାର୍ଷିକ ପରୀକ୍ଷାକୁ ଆଉ ୨ମାସ ଥିବା ବେଳେ ପିଲାମାନେ ପୁରୁଣା ପୋଷାକ ଓ ଜୋତା ପିନ୍ଧି ବିଦ୍ୟାଳୟକୁ ଆସୁଛନ୍ତି। ସେହିପରି ବିଦ୍ୟାଳୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନଥିବା ବେଳେ ୪ଟି କୋଠରୀରେ ୮ଟିି ଶ୍ରେଣୀର ପିଲା ବସି ପାଠ ପଢୁଥିବାରୁ ପ୍ରତ୍ୟେହ ସମସ୍ୟାର ସମ୍ମୁଖୀନ ହେଉଛି। ମଧ୍ୟାହ୍ନ ଭୋଜନ ଚାଉଳ ନଥିବାରୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଆର୍ଥିକ କ୍ଷମତା ପ୍ରଦାନ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବିଇଓଙ୍କ ନିକଟରେ ଅଭିଯୋଗ କରାଯିବାର ୨ମାସ ବିତିଥିଲେ ହେଁ ସୁଫଳ ନମିଳିବାରୁ ସମସ୍ତେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲେ ବୋଲି ପରିଚାଳନା କମିଟିର ସଭାପତି ଦିଲ୍ଲିପ କୁମାର ଦଳେଇ, ଅଭିଭାବକ ଉମାକାନ୍ତ ମହାନ୍ତ, ମନୋରଞ୍ଜନ ଜେନା ପ୍ରକାଶ କରିଛନ୍ତି। ଖବରପାଇ ସିଆରସିସି ଅରବିନ୍ଦ ବେହରା ଘଟଣା ସ୍ଥଳରେ ପହଞ୍ଚି ଆର୍ଥିକ କ୍ଷମତା ପ୍ରଦାନ କରାଯାଇଥିବା ଚିଠିକୁ ପ୍ରଦାନ କରିଥିଲେ। ମାତ୍ର ଆନ୍ଦୋଳନକାରୀ ଘଟଣା ସ୍ଥଳରେ ବିଇଓଙ୍କ ଉପସ୍ଥିତି ପାଇଁ ଅଡି ବସିଥିଲେ। ପରେ ବିଆରସିସି ବାବାଜୀ ବେହେରା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories