ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନେଇ ଉତ୍ତେଜନା

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲା କୁଳିଅନା ଥାନା ଅଧୀନ ଭଗବାନପୁର ପରିବର୍ତ୍ତେ ନୂଆଗାଁଠାରେ ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନେଇ ଆଜି ପୂର୍ବାହ୍ନ ଠାରୁ ଉତ୍ତେଜନା ଲାଗିରହିଥିଲା। ଏହାର ପ୍ରତିବାଦ କରି ନୂଆଗାଁଠାରେ ଅର୍ଧନିର୍ମିତ ପଂଚାୟତ ଗୃହକୁ ଭଙ୍ଗାରୁଜା କରିବା ଅଭିଯୋଗ ହେବା ସହ ଆନ୍ଦୋଳନକାରୀମାନେ ଅଠର ନମ୍ବର ଜାତୀୟ ରାଜପଥକୁ ସୌରୀ ଗ୍ରାମ ନିକଟରେ ଅବରୋଧ କରିଥିଲେ। ପ୍ରାୟ ତିନିଟା ସମୟରେ ସେହି ରାଜପଥ ଦେଇ ଜିଲାପାଳ ବିନୀତ ଭରଦ୍ୱାଜ ପରିବାର ସହିତ ବାଙ୍ଗରିପୋଷି ଅଭିମୁଖେ ଯାଉଥିଲା ବେଳେ ସେଠାରେ ଉତ୍ୟକ୍ତ ଲୋକଙ୍କ ଶିକାର ହୋଇଥିଲେ। ଲୋକଙ୍କ ପଥର ମାଡ଼ରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଥିବା ସୂଚନା ମିଳିଛି। ପୁଲିସ ପହଁଚି ଜିଲାପାଳଙ୍କୁ ଉଦ୍ଧାର କରିବା ସହ ଭିଡ ଭିତରୁ ନିରାପଦରେ ବାହାରକୁ ବାହାର କରିଥିଲେ। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।
Comments are closed.