ମାଲକାନଗିରି ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଖାତା ଗାଏବ; ପୁଲିସ ତଦନ୍ତ ଜାରି

0

ମାଲକାନଗିରି : ମାଲକାନଗିରି ପଡ଼ିଆ ବ୍ଲକ ଅନ୍ତର୍ଗତ ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଖାତା ଗାଏବ ହୋଇଯାଇଛି। ଶନିବାର ଦିନ ମାଟ୍ରିକ ଖାତା ଗାଏବ ହୋଇଯାଇଥିବା ନେଇ ବିଦ୍ୟାୟର କର୍ତ୍ତୁପକ୍ଷ ପଡ଼ିଆ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ଗଣିତ ପରିକ୍ଷାର ପ୍ରଥମ ସିଟିଂ ଓ ଦ୍ୱିତୀୟ ସିଟିଂ ଖାତା ସ୍ଥାନୀୟ ଥାନାରେ ଦାଖଲ କରିବା ପାଇଁ ବ୍ୟବସ୍ଥା ହେଉଥିବା ସମୟରେ ପ୍ରଥମ ସିଟିଂର ଗଣିତ ଖାତା ଗାଏବ ଥିବା ବିଦ୍ୟାଳୟ ପରିଚାଳନା କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ। ଘଟଣା ସଂପର୍କରେ ମାଲକାନଗିରି ଉପଜିଲାପାଳ ରାମେଶ୍ୱର ପ୍ରଧାନ ଓ ଉଚ୍ଚ ଶିକ୍ଷା ବିଭାଗ ଘଟଣାର ମିଳିତ ତଦନ୍ତ କରିଥିବା ସହ ପରିକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଛି। ପ୍ରାୟ ୧୦୦ ଅଧିକ ଛାତ୍ର ଓ ଅଭିଭାବକ ଏହି ଘଟଣାରେ ଆତଙ୍କିତ ହୋଇ ରହିଥିବା ସୂଚନା ମିଳିଛି।

Leave A Reply