www.samajalive.in
Tuesday, December 9, 2025
26.1 C
Bhubaneswar

ଜନ୍ମାଷ୍ଟମୀ ନିମନ୍ତେ ତିଆରି କରନ୍ତୁ ମଥୁରା ପେଡ଼ା

ମହାମାରୀର ପ୍ରକୋପ ବଢ଼ିଚାଲିଥିବାବେଳେ ଏଇ ସମୟରେ ଦୋକାନରୁ ମିଠା କିଣି ଆଣି ଭୋଗ ଲଗାଇବା ଆଦୌ ନିରାପଦ ନୁହେଁ। ଏଣୁ ଘରେ କେତୋଟି ସାମଗ୍ରୀର ଉପଯୋଗ କରି ସୁଆଦିଆ ପେଡ଼ା ତିଆରି କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଭୋଗ ଲଗାନ୍ତୁ। ମଥୁରାରେ ଘରେଘରେ ଲୋକେ କୃଷ୍ଣଙ୍କ ନିକଟରେ ମଥୁରା ପେଡ଼ା ଭୋଗ ଲଗାଇଥାନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଖୁଆରେ ପ୍ରସ୍ତୁତ ଏଇ ପେଡ଼ାଟି କାହ୍ନାଙ୍କର ଖୁବ୍ ପ୍ରିୟ।
ମଥୁରା ପେଡ଼ା ପାଇଁ ଆବଶ୍ୟକ ସାମଗ୍ରୀମାନ:
ଖୁଆ ୨୫୦ ଗ୍ରାମ୍, ଗୁଣ୍ଡ ଚିନି ୨୦୦ ଗ୍ରାମ୍, ଘିଅ ୩ ବଡ଼ ଚାମଚ, ଗୁଜୁରାତି ଗୁଣ୍ଡ ୧ଛୋଟ ଚାମଚ
ପ୍ରସ୍ତୁତି: ପେଡ଼ା ତିଆରି ପୂର୍ବରୁ ପ୍ରଥମେ ଖୁଆକୁ ଏକ ପାତ୍ରରେ ଭଲଭାବେ ଚକଟିନିଅନ୍ତୁ। ଏବେ ଚୁଲାରେ କଡ଼େଇ ବସାଇ ଖୁଆ ପକାଇବେ। ହାଲକା ବାଦାମୀ ରଙ୍ଗ ଖୁଆ ନ ହେବା ପର୍ଯ୍ୟନ୍ତ ଏପାଖସେପାଖ କରୁଥିବେ। ବାଦାମୀ ରଙ୍ଗ ହେବା ମାତ୍ରେ ୨ ଚାମଚ ଘିଅ ମିଶାନ୍ତୁ। ଏହି ଦୁଇ ମିଶ୍ରଣ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଦୃଷ୍ଟିରଖନ୍ତୁ। ମିଶ୍ରଣ ଯଦି ସମ୍ପୂର୍ଣ୍ଣ ଶୁଖିଯାଉଛି, ତେବେ ଅଳ୍ପ ସରମିଶା ଖିର ମିଶାଇଦେବେ। ଏବେ ଚୁଲା ବନ୍ଦ କରି ଗୁଣ୍ଡ ଚିନି ଓ ଗୁଜୁରାତି ଗୁଣ୍ଡ ମିଶାନ୍ତୁ। ମିଶ୍ରଣ ସାମାନ୍ୟ ଗରମ କମିବା ପରେ ତାହାକୁ ହାତରେ ଗୋଲଗୋଲ ଆକାର କରି ରଖନ୍ତୁ। ମଥୁରାର ଖୁଆ ପେଡ଼ା ପ୍ରସ୍ତୁତ। ଏବେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖେ ଭୋଗ ଲଗାଇ ସପରିବାର ମଧ୍ୟ ଏହା ଖାଆନ୍ତୁ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories