www.samajalive.in
Tuesday, December 9, 2025
15.1 C
Bhubaneswar

୮୧ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି : ମାଲକାନଗିରିର ଗାନ୍ଧୀ ଶହୀଦ ଲକ୍ଷ୍ମଣ ନାୟକ ତଥା ମାଥିଲି ଗୁଳିକାଣ୍ଡର ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଦର ମହକୁମା ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୮୧ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି। ଏହି ଐତିହାସିକ ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ସ୍ୱାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଜିଲ୍ଲା ଶାଖା, ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ବନ ବିଭାଗ ଆନୁକୂଲ୍ୟରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶୁଭଞ୍ଜନ ମହାପାତ୍ର ଡେପୁଟି କମାଣ୍ଡାଣ୍ଟ ସୀମା ସୁରକ୍ଷା ବଳ, ସମ୍ମାନୀତ ଅତିଥି ତରୁଣକାନ୍ତି ମହାନ୍ତି, ସାଧାରଣ ପ୍ରବନ୍ଧକ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜଗନ୍ନାଥ ପ୍ରସାଦ ବିଷୋୟୀ, ବନାଞ୍ଚଳ ଅଧିକାରୀ ମାଲକାନଗିରି ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ଅତିଥିମାନେ ମାଥିଲି ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଅମର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମାଲକାନଗିରି ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଆଜୀବନ ସଦସ୍ୟ ରବିନ୍ଦ୍ର କୁମାର ମହାରଣା ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କିପରି ମାଥିଲି ଗୁଳିକାଣ୍ଡର ରୂପ ଧାରଣ କରିଥିଲା ତାହାର ବର୍ଣ୍ଣନା କରିଥିଲେ। ଏହି ଐତିହାସିକ ଦିବସକୁ ସ୍ମରଣୀୟ କରିବା ପାଇଁ କାର୍ଯ୍ୟାଳୟ ପରିସର ମଧ୍ୟରେ ଶହୀଦମାନଙ୍କ ନାମରେ ୨୨ଟି ବିଭିନ୍ନ କିସମର ନଡ଼ିଆ, ପିଜୁଳି, ପଣସ, ନିମ୍ବ, ଅଁଳା, ମେହଗାନି, ବଉଳ ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ସୋମାନୀ, ଆଇ.ପି .ଓ ରବୀନ୍ଦ୍ରନାଥ କୁଣ୍ଡୁ, ଶୁଭଶ୍ରୀ ଦଣ୍ଡପାଟ, ସ୍ୱାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଶାଖାର ଆଜୀବନ ସଦସ୍ୟ ଅଧ୍ୟାପକ ଆଶିଷ ରାଠୋର, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ସାଧନା ମଣ୍ଡଳ, ଶିକ୍ଷୟତ୍ରୀ ପ୍ରତିମା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories