ଅମୃତସର ହସ୍ପିଟାଲରେ ଅଗ୍ନିକାଣ୍ଡ

ଅମୃତସର:ଅମୃତସର ସରକାରୀ ମେଡ଼ିକାଲ କଲେଜ ଗୁରୁ ନାନକ ଦେବ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଓପିଡି ନିକଟରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏକ୍ସରେ ବିଭାଗରୁ ନିଆଁ ଜଳିବା ଆରମ୍ଭ ହେବା ପରେ ଏହା କାର ପାର୍କିଂ ସ୍ଥାନକୁ ବ୍ୟାପୀ ଯାଇଥିଲା। ଏହାସହିତ ଚର୍ମ ଓ ହୃଦରୋଗ ବିଭାଗରେ ନିଆଁ ଲାଗି ଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ପ୍ରୟାସ ଜାରିରଖିଥିବା ଜଣାପଡ଼ିଛି।

kalyan agarbati

Comments are closed.