www.samajalive.in
Sunday, December 7, 2025
18.1 C
Bhubaneswar

ଏହି ଲୋକଙ୍କୁ ଅଧିକ କାମୁଡ଼ିଥାଏ ମଶା

ମଶା ଲୋକମାନଙ୍କ ପାଇଁ ଏକ ପ୍ରଧାନ ସମସ୍ୟା ପାଲଟିଛି। ଏହା ସବୁଠି ନିଜ ବଂଶ ବିସ୍ତାର କରି ରହିଛି। ଏହି ମଶା କାମୁଡ଼ା ଯୋଗୁଁ କେତେ ଯେ ପ୍ରାଣଘାତୀ ରୋଗ ହୋଇ ଲୋକଙ୍କ ଜୀବନ ଯାଉଛି ତା’ର ହିସାବ ନାହିଁ। ତେବେ ମଶା ତ ସମସ୍ତଙ୍କୁ କାମୁଡ଼ି ଥାଆନ୍ତି, ହେଲେ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମଶା ଅଧିକ କାମୁଡ଼ି ଥାଆନ୍ତି। ମଣିଷର କିଛି ସ୍ୱତନ୍ତ୍ର ଗୁଣ ବା ପାରିପାର୍ଶ୍ୱିକ ପରିସ୍ଥିତି ମଶାଙ୍କୁ ସେମାନଙ୍କ ଆଡ଼କୁ ଆକୃଷ୍ଟ କରିଥାଏ। ଏକ ଗବେଷଣାରୁ ଜଣା ପଡ଼ିଛି ଯେ ମଶା ମୁଖ୍ୟତଃ ୫ ପ୍ରକାରର ଲୋକଙ୍କୁ ଅଧିକ କାମୁଡ଼ି ଥାଆନ୍ତି। ଏହି ଗବେଷଣା ଅନୁସାରେ ବିଶ୍ୱରେ ୨୦ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ଆଡ଼କୁ ମଶା ଅଧିକ ଆକର୍ଷିତ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ମାନଙ୍କୁ ମଶା ଅଧିକ କାମୁଡ଼ି ଥାଏ –

ଗାଢ ରଙ୍ଗର ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ :

- Advertisement -

ସାଧାରଣତଃ ମଶା କାହାକୁ ଦେଖି କିମ୍ବା ଗନ୍ଧ ଶୁଂଘି କାମୁଡ଼ି’ଥାନ୍ତି। ବୈଜ୍ଞାନିକଙ୍କ ଅନୁସାରେ ମଶାଙ୍କ ଦେଖିବା ଶକ୍ତି ବହୁତ ପ୍ରଖର। ବିଶେଷ କରି ସନ୍ଧ୍ୟା ହେବା ପରେ ଏମାନେ ନିଜ ତୀକ୍ଷ୍ନ ନଜରରେ ମଣିଷଙ୍କୁ ଖୋଜି ନେଇଥାନ୍ତି ଓ କାମୁଡ଼ି’ଥାନ୍ତି। ଗାଢ ରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି। ବିଶେଷ କରି ବାଇଗଣୀ, କଳା ଓ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି। କାରଣ ଅନ୍ଧାରରେ ଏହି ରଙ୍ଗ ସେମାନଙ୍କୁ ସ୍ପଷ୍ଟ ଦେଖାଯାଇଥାଏ ଓ ସେମାନେ ଆକର୍ଷିତ ହୋଇ ମଣିଷ ପାଖକୁ ଆସିଥାନ୍ତି।

‘ଓ’ ବ୍ଲଡ଼ ଗ୍ରୁପ୍ର ଲୋକଙ୍କୁ ଅଧିକ କାମୁଡ଼ନ୍ତି :

ମଶାଙ୍କ ପାଇଁ ରକ୍ତ ହେଉଛି ସବୁକିଛି। ମଶାଙ୍କ ପାଇଁ ଏହା ପ୍ରୋଟିନ୍ ପରି କାମ କରେ। ବିଶେଷ କରି ମଣିଷ ରକ୍ତରେ ଥିବା ପ୍ରୋଟିନ୍ ମାଈ ମଶାଙ୍କ ଅଣ୍ଡାଦାନ ପାଇଁ ସହାୟକ ହୋଇଥାଏ।
ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବ୍ଲଡ୍ ଟାଇପ୍ ସେମାନଙ୍କ ପାଇଁ ଅଧିକ ଆବଶ୍ୟକ ହୋଇଥାଏ। ଯେଉଁମାନଙ୍କୁ ମଶା ନିଜ ଶିକାର ବନାଇଥାଏ।
‘ଏ’ ବ୍ଲଡ୍ ଗ୍ରୁପ୍ର ଲୋକଙ୍କ ତୁଳନାରେ ମଶା ‘ଓ’ ବ୍ଲଡ଼୍ ଗ୍ରୁପ୍ର ଲୋକଙ୍କୁ ଅଧିକ କାମୁଡିଥାଆନ୍ତି। ଅନ୍ୟପକ୍ଷରେ ‘ବି’ ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ ଏମାନେ ବହୁତ କମ କାମୁଡ଼ିଥାଆନ୍ତି।

ଅଙ୍ଗାରକାମ୍ଳର ଆକର୍ଷଣ :

ମଶାମାନେ ୧୬୬ ଫୁଟ୍ ଦୂରରୁ ଅଙ୍ଗାରକାମ୍ଳକୁ ଶୁଂଘି ଜାଣି ନେଇଥାନ୍ତି। ଏହି ଗ୍ୟାସ୍ ପ୍ରତି ମଶାଙ୍କର ଅଧିକ ଆକର୍ଷଣ ରହିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଛାଡିଥାନ୍ତି, ଯାହା ମଶାଙ୍କୁ ଆମ ଆଡ଼କୁ ଆକର୍ଷିତ କରିଥାଏ। ଏହି କାରଣରୁ ମଶା ଆମ ନାକ ଓ ମୁଣ୍ଡ ଉପରେ ଅଧିକ ଘୁରି ବୁଲିଥାନ୍ତି।

ଝାଳ ମଧ୍ୟ ଆକର୍ଷିତ କରେ :

ଆମ ଶରୀରରୁ ବାହାରୁଥିବା ଝାଳ ମଶାଙ୍କୁ ଆକର୍ଷିତ କରିଥାଏ। ଝାଳରେ ଥିବା ଲାକ୍‍ଟିକ୍ ଏସିଡ, ୟୁରିକ୍ ଏସିଡ ଓ ଆମୋନିଆ ମଶାଙ୍କୁ ଆମ ଆଡ଼କୁ ଟାଣି ଆଣିଥାଏ। ତେଣୁ ଯେଉଁ ଲୋକଙ୍କର ଅଧିକ ଝାଳ ବାହାରିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ିଥା’ନ୍ତି।

ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି :

ଏକ ଗବେଷଣା ଅନୁସାରେ, ସାଧାରଣ ମହିଳାଙ୍କୁ ତୁଳନାରେ ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡ଼ିଥା’ନ୍ତି। ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ଅଧିକ ଅଙ୍ଗାରକାମ୍ଳ ଛାଡିଥା’ନ୍ତି। ଏହି କାରଣରୁ ମଶା ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।
ସେହିପରି ଅନ୍ୟ ଦିନ ତୁଳନାରେ ଗର୍ଭାବସ୍ଥାରେ ମହିଳାଙ୍କ ପେଟ ଅଧିକ ଗରମ ରହିଥାଏ। ଏହା ମଧ୍ୟ ମଶାଙ୍କୁ ଆକର୍ଷିତ କରିବାର ଅନ୍ୟ ଏକ କାରଣ ହୋଇଥାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories