www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ସୁନୀଲ ‘ମଶହୁର ଗୁଲାଟି’ ରୂପରେ

ଅଭିନେତା ସୁନୀଲ ଗ୍ରୋଭର୍‌ ଆଜିକାଲି ବଡ଼ ବ୍ୟାନର୍‌ରେ କାମ କରୁଛନ୍ତି। ଦବଙ୍ଗ ଖାନ୍ ସଲମାନ୍‌ଙ୍କ ସହ ଆଗାମୀ ଚଳଚ୍ଚିତ୍ର ‘ଭାରତ’ରେ ସେ ଏକ ମୁଖ୍ୟ ଭୂମିକାରେ ଦେଖାଦେବେ। ମିଳିଥିବା ଖବର ଅନୁସାରେ, ସଲମାନ୍‌ ନିଜେ ନିର୍ଦେଶକଙ୍କୁ ସୁନୀଲଙ୍କ ନାମ ପ୍ରସ୍ତାବ କରିଥିଲେ। ସୁନୀଲ ଏବେ ଯଦିଓ କ୍ୟାରିୟର ଦୃଷ୍ଟିରୁ ବେଶ୍ ସଫଳ ଅଛନ୍ତି, କିନ୍ତୁ ନିଜ ପୁରୁଣା ଲୋକପ୍ରିୟ ଭୂମିକା ‘ଡକ୍ଟର ମଶହୁର ଗୁଲାଟି’ ଚରିତ୍ରକୁ ଏଯାଏଁ ଭୁଲିପାରିନାହାନ୍ତି। ହାସ୍ୟକଳାକାର କପିଲ ଶର୍ମାଙ୍କ ସହ ମନୋମାଳିନ୍ୟ କାରଣରୁ ‘ଦ କପିଲ ଶର୍ମା ଶୋ’ ଶେଷରେ ବନ୍ଦ ହୋଇଥିଲା। ତେବେ ସୁନିଲଙ୍କୁ ପୁନର୍ବାର ସୁଯୋଗ ମିଳିଛି ଏଇ ଚରିତ୍ରରେ ଅବତୀର୍ଣ୍ଣ ହେବା ନିମନ୍ତେ। ସୋନି ଟିଭିର ଏକ କାର୍ଯ୍ୟକ୍ରମରେ ଦୁଇଟି ଏପିସୋଡ୍ ନିମନ୍ତେ ସେ ‘ଡକ୍ଟର ମଶହୁର ଗୁଲାଟି’ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି। ଅଳ୍ପ ସମୟ ପାଇଁ ପଛକେ ହେଉ, କିନ୍ତୁ ତାଙ୍କ ପ୍ରିୟ ଭୂମିକାରେ ପୁନଃ ସୁଯୋଗ ମିଳିଥିବାରୁ ଖୁବ୍ ଖୁସି ଥିବାର ସୁନୀଲ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories