ଗୀର୍ଜାରେ ବୃହତ୍ ଘଣ୍ଟିମାନ ଲାଗିଥାଏ। ବ୍ରାଜିଲ୍ର ଏକ ପୁରାତନ ଗୀର୍ଜା ନିମନ୍ତେ ପୋଲାଣ୍ଡର କ୍ରେକୋବ ସହରରେ ବିଶ୍ବର ସବୁଠୁ ବୃହତ୍ ଘଣ୍ଟି ତିଆରି ହୋଇଛି। ୪୯,୮୦୦କିଲୋ ଓଜନ ବିଶିଷ୍ଟ ଏଇ ଘଣ୍ଟି ତିଆରି ପାଇଁ ୪ ବର୍ଷ ସମୟ ଲାଗିଥିଲା। ତେବେ ପ୍ରାରମ୍ଭିକ ପର୍ୟ୍ୟାୟ ପରୀକ୍ଷା ସମୟରେ ଇଂଜିନିୟରମାନେ ଅସଫଳ ହୋଇଥିଲେ। କାରଣ ଘଣ୍ଟି ବାଜିବା ମାତ୍ରେ ବିଭିନ୍ନ ସ୍ଥାନରେ ଫାଟ ହୋଇଥିଲା। ପୁନଃ ଏହା ଉପରେ କାମ ହେଲା। ୧୦୦ମିଟର ଉଚ୍ଚ ଗୀର୍ଜାର ଉପରି ଭାଗରେ ଏଇ ଘଣ୍ଟି ଲାଗିବ ବୋଲି ଜଣାପଡ଼ିଛି। ୪ମିଟର ଉଚ୍ଚ ଏଇ ଘଣ୍ଟି ତମ୍ବା ଓ ଟିଣ ଧାତୁ ମିଶ୍ରଣରେ ତିଆରି କରାଯାଇଛି। ଏହା ସହ ୪ଟି ଇଂଜିନ୍ ସହାୟତାରେ ଘଣ୍ଟିଟି ଚାଳିତ ହୋଇଥାଏ। ଜଳଯାତ୍ରାରେ ଏଇ ଘଣ୍ଟି ପୋଲାଣ୍ଡରୁ ବ୍ରାଜିଲ୍ ଯିବ।
Popular Categories



