ବିବାହ ବନ୍ଧନରେ ବାନ୍ଧିହେବେ ଯୁବରାଜ ହୈରି ଓ ଅଭିନେତ୍ରୀ ମୋଗନ

0

ଲଣ୍ଡନ; ଲଣ୍ଡନ ରାଜବଂଶ ପୁତ୍ର ହୈରି ଏବଂ ଆମେରିକୀୟ ଅଭିନେତ୍ରୀ ମୋଗନ ମାର୍କଲ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବହୁଚର୍ଚ୍ଚିତ ବିବାହରେ ଅଭିନେତ୍ରୀ ମୋଗନଙ୍କ ପିତା ହୈରିଙ୍କ ପିତା ଚାର୍ଲଙ୍କର ଭୂମିକା ଗ୍ରହଣ କରିବେ। ଅଭିନେତ୍ରୀ ମୋଗନଙ୍କ ପିତାଙ୍କ ନିକଟରେ ହୃଦୟରେ ଅସ୍ତ୍ରୋପଚାର କରାଯାଇଛି, ଯାହାଫଳରେ ସେ ଏହି ବିବାହରେ ଯୋଗ ଦେଇପାରିବେ ନାହିଁ। କେନସିଂଗଟନ ପ୍ୟାଲେସରୁ ଶୁକ୍ରବାର ଟୁୟିଟର ଯୋଗେ ଏହି ବିବାହ ସମ୍ବନ୍ଧୀୟ ସୂଚନା ବିଶ୍ୱବାସୀଙ୍କୁ ଜଣାଇଦିଆଯାଇଛି। କେନସିଂଟନ ନିୟମ ଅନୁଯାଇ ରାଜା ଚାର୍ଲ ଅଭିନେତ୍ରୀ ମୋଗନଙ୍କ ସହ ବିବାହସ୍ଥାନ ଜାର୍ଜ ଚର୍ଚ୍ଚ ପ୍ରର୍ଯ୍ୟନ୍ତ ଆସିବେ। ଏହି ବହୁ ଚର୍ଚ୍ଚିତ ବାହାଘରରେ ୧ଲକ୍ଷ ରୁ ଊଦ୍ଦ୍ୱର୍ ଲୋକ ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ସଶସ୍ତ୍ର ସେନା ସମର ଅଭ୍ୟାସ କରୁଛନ୍ତି। ରାଜକୁମାରୀ ଡାୟନାଙ୍କ ସାନ ପୁଅ ଯୁବରାଜ ହୈରି। ଏକ ସଡକ ଦୁର୍ଘଟଣାରେ ଡାୟନାଙ୍କ ଦେହାନ୍ତ ହୋଇଥିଲା।

Leave A Reply