ପୁଣି ମାଓ ହିଂସା; ଠିକାଦାରଙ୍କୁ ଗୁଳି କରି ହତ୍ୟା
କଟକ: କିଛି ଦିନର ନିରବତା ପରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଛତିଶଗଡ଼ ସୁକମା ଗୋରାମୁଣ୍ଡାରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଠିକାଦାର ହେଲେ ଉତ୍ତର ପ୍ରଦେଶ ଆକବରପୁରର କପୁରଚାନ୍ଦ ରାଜପୁତ ବୋଲି ଜଣାପଡିଛି। ମୃତଦେହକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି ।