ପାଟଣା : ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଠିକ ରହିଛି କି ନାହିଁ ତାହା ନିଜେ ଖାଇ ରିପୋର୍ଟ ଦେବାକୁ ବିଭିନ୍ନ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆଜି ମଧ୍ୟାହ୍ନରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଓ ପାଟଣା ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଏହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ସେନାପତି ଖୁଣ୍ଟାପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଟାଙ୍ଗରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଲ୍ଲା ଯୋଗାଣ ବିଭାଗର ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ଏବଂ ଏସିଏସଓ ବୀରକିଶୋର ମାରାଣ୍ଡି ସିଲିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡକ୍ଟର ଚନ୍ଦ୍ରଶେଖର ରଥ ଅଙ୍ଗୁରା ପ୍ରାଥମିକ ବିଦ୍ୟାଳୟ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯକ୍ରମ ଅଧିକାରୀ ବାସନ୍ତୀ ମହାକୁଡ ଓ ଭାରତୀ ସାହୁ ଡିଆନାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ମଧ୍ୟମ ଜଳସେଚନ ବିଭାଗ , ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ କୁଆପଶି ପ୍ରାଥମିକ ବିଦ୍ୟାଳୟ ଓ ଗୁଲୁଦିପଶି ପ୍ରାଥମିକ ବିଦ୍ୟାଳୟ ଆଦିକୁ ଯାଇ ମଧ୍ୟାହ୍ନ ଭୋଜନ ଖାଇ ଏହାର ମାନ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେବେ ବୋଲି ଜଣାପଡିଛି ।
Popular Categories



