www.samajalive.in
Sunday, December 14, 2025
26.1 C
Bhubaneswar

ହଷ୍ଟେଲ ଭିଡିଓ ଭାଇରାଲ ଘଟଣା: ସହକାରୀ ପରିଚାଳିକା ନିଲମ୍ବିତ, ୯ ଛାତ୍ରଙ୍କ ନାଁରେ ଏତଲା

ଗୁଣପୁର : ଅନ୍ବେଷା ହଷ୍ଟେଲ ଛାତ୍ରମାନଙ୍କୁ ସହାପାଠୀଙ୍କ ମରଣାନ୍ତକ ଆକ୍ରମଣର ଭିଡିଓ ଭାଇରଲ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ। ହଷ୍ଟେଲ ଅବ୍ୟବସ୍ଥା ନେଇ ନିଲମ୍ବିତ ହେଲେ ସହକାରୀ ପରିଚାଳିକା ରଶ୍ମୀତା ସାହୁ ଓ କୁକ୍ କମ ଏଟେଣ୍ଡେଣ୍ଟ  । ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଘଟଣାରେ ସଂପୃକ୍ତି ଥିବା ୯ ଜଣ ଛାତ୍ରମାନଙ୍କ  ନାମରେ  ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଗୁଣୁପୁର ଥାନାରେ ଏତଲା ଦିଆଯାଇଛି। ହଷ୍ଟେଲରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ୧ ମାସ ପାଇଁ ହଷ୍ଟେଲ ମନା ହୋଇଥିବା ନେଇ ସୁଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ନିହାର ରଂଞ୍ଜନ କଁଅର। ଲୋମହର୍ଷଣକାରୀ ଆକ୍ରମଣ ଭିଡିଓ ଭାଇରାଲ ପରେ ହଷ୍ଟେଲରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଲୋକ ଲୋକଲୋଚନକୁ ଆସିଥିଲା। ଏହାକୁ ଆହତ ଛାତ୍ରଙ୍କ ଅଭିଭାବକ ମାନେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରୁଥିଲେ।

ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଭାବକମାନେ ହଷ୍ଟେଲରେ ବିଶୃଙ୍ଖଳା କରୁଥିବା ଛାତ୍ରମାନଙ୍କୁ ବହିଷ୍କାର କରିବା, ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ବାହାର କରିବା ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ହଷ୍ଟେଲ ପରିସରକୁ ଯାଇ ତଦନ୍ତ କରି ଫେରିଥିଲେ। ମରଣାନ୍ତକ ଆକ୍ରମଣ ଘଟଣାଟି ୪ ତାରିଖରେ ଘଟିଥିଲା। ୭ ତାରିଖ ଦିନ ଭିଡିଓ ଭାଇରାଲ୍ ହୋଇଥିଲା। କାର୍ଯ୍ୟନୁଷ୍ଠାନ ହୋଇଥିବା ନେଇ ସୁଚନା ଦେଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଞ୍ଜନ କଁଅର। ଅନ୍ୟପକ୍ଷରେ ହଷ୍ଟେଲ୍ ପରିଚାଳନା ଦାୟିତ୍ବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଭୂମିକା ଗୁରତ୍ବପୁଣ୍ଣ ଥିବାବେଳେ ମଙ୍ଗଳ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠୁଛି । କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳ  ବିଭାଗର ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ସେନେଇ ଜିଲ୍ଲା ପ୍ରଶାସନର ସ୍ବଛତା ଉପରେ ପ୍ରଶ୍ନ ଉଠୁଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories