www.samajalive.in
Tuesday, December 9, 2025
15.1 C
Bhubaneswar

ସାହିତ୍ୟଠୁ ମନୋଜଙ୍କ ବ୍ୟକ୍ତିତ୍ୱ ବଳିଷ୍ଠ ଥିଲା : ଦେବଦାସ ଛୋଟରାୟ

ଭୁବନେଶ୍ୱର: ସମସ୍ତେ ମନୋଜ ଦାସଙ୍କ ସାହିତ୍ୟ ସହ ତାଙ୍କ ବ୍ୟକ୍ତିତ୍ୱଙ୍କୁ ଭଲ ପାଇଥାନ୍ତି। ତେବେ ସାହିତ୍ୟଠୁ ତାଙ୍କ ବ୍ୟକ୍ତିତ୍ୱ ବଳିଷ୍ଠ ଥିଲା। ସେ ରେଭେନ୍ସା ସାହିତ୍ୟ ସଂସଦର ନାମ ପଲ୍ଲଵ ପାଠଚକ୍ର ରଖିଥିଲେ। ରେଭେନ୍ସା ପ୍ରତି ତାଙ୍କର ବହୁତ ସମ୍ମାନ ଥିଲା ବୋଲି ବିଶିଷ୍ଟ କଥାଶିଳ୍ପୀ ଓ ଗୀତିକାର ଦେବଦାସ ଛୋଟରାୟ ଛୋଟରାୟ କହିଥିଲେ।
ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ପଦ୍ମଭୂଷଣ ମନୋଜ ଦାସଙ୍କ ଜୟନ୍ତୀ ପାଲିତ ହୋଇଯାଇଛି। ସଂସଦର ସଭାପତି ଅଧ୍ୟାପକ ବିଶ୍ୱରଂଜନ ଏଥିରେ ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଛୋଟରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ।

ସାଧାରଣ ସଂପାଦକ ଗୌତମବୁଦ୍ଧ ଦାସ ବାର୍ଷିକ ବିବରଣୀ ପାଠ କରିବା ଅବସରରେ କହିଥିଲେ, ବାଲେଶ୍ୱର ଜିଲ୍ଲା ଭୋଗରାଇର ଶଙ୍ଖାରିରେ ପ୍ରତିଷ୍ଠା ହୋଇଥିବା ମନୋଜ-ମନ୍ମଥ ସ୍ମାରକୀ ବୁଧବାର ଲୋକାର୍ପିତ ହେବ। 16 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସାରସ୍ୱତ ପୀଠକୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଲୋକାର୍ପିତ କରିବେ ବୋଲି ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି।

- Advertisement -

ମୁଖ୍ୟବକ୍ତା ପ୍ରଫେସର ମନୀନ୍ଦ୍ର କୁମାର ମେହେର କହିଥିଲେ, ମନୋଜ ଦାସ ଏଵେ ଵି ଅଛନ୍ତି। ସେ ମଞ୍ଚରେ ଛିଡା ହୋଇ କହିଲା ବେଳେ ସମସ୍ତେ ଯେମିତି ଚୁପ ହୋଇ ବସନ୍ତି, ଆଜି ଵି ସମସ୍ତେ ଚୁପ ହୋଇ ବସିଛନ୍ତି। ତାଙ୍କ ଉପସ୍ଥିତି ଏଵେ ଵି ସମସ୍ତେ ଉପଲବ୍ଧ କରୁଛନ୍ତି। ମଣିଷ ଯେତେ ମନ୍ଦ ହେଉନା କାହିଁକି ତା ଆତ୍ମାର ସ୍ଫୁଲିଙ୍ଗ ଲୁଚି ରହିଛି ବୋଲି ତାଙ୍କ ଲେଖାକୁ ଉଦ୍ଧାର କରି କହିଥିଲେ।

ଯୁବ ଲେଖିକା ତଥା ମନୋଜ ଦାସଙ୍କ ସମ୍ପର୍କରେ ଗବେଷଣା କରିଥିବା ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟରେ କହିଥିଲେ, ବାନ୍ଧି ହେଉନଥିବା ପୃଥିବୀ ହେଉଛନ୍ତି ମନୋଜ ଦାସ। ଆମ ମନରେ ଉଠୁଥିବା ସବୁ ପ୍ରଶ୍ନର ଉତ୍ତର ତାଙ୍କ ଲେଖା ମାଧ୍ୟମରେ ସେ ଦେଇ ଯାଇଛନ୍ତି। ତାଙ୍କୁ ଦେଖିଲେ ଅନୁଭବ ହୁଏ ବେଶ, ପୋଷାକ କେବେ ବ୍ୟକ୍ତିତ୍ୱର ପରିଚୟ ହୋଇନପାରେ ବୋଲି ପ୍ରଜ୍ଞା କହିଥିଲେ।

ଗତ ଦିନରେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ସାହିତ୍ୟ ଆସର ଆୟୋଜନ କଲା ଭଳି ଆଗାମୀ ଦିନରେ ଯୁବ ପିଢିଙ୍କୁ ନେଇ ଅଧିକ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆ ଯାଇଥିଲା। ସଂସଦର ସଙ୍ଗଠନ ସମ୍ପାଦକ ସରୋଜ ବଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୋଷାଧକ୍ଷ ସରୋଜ ଦାଶ, ସହ ସମ୍ପାଦକ ରାମଜୀବନ ଗୋଛାୟତ, ସୂର୍ଯ୍ୟ ମିଶ୍ର, ମୌସୁମୀ ଦାସ, ନନ୍ଦ କିଶୋର ବିଶ୍ୱାଳ, ଅମ୍ବିକା ପଟ୍ଟନାୟକ, ପବିତ୍ରମୋହନ କର, ବେଣୁଧର ବିଶ୍ୱାଳ, ପ୍ରବୀଣା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ସହ ସମ୍ପାଦକ ଅମିତାଭ ଖିଲାର ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories