ଅସୁସ୍ଥ ସତ୍ତ୍ବେ ବଜେଟ ଉପସ୍ଥାପନ କଲେ ମନୋହର ପରିକର
ପାଣାଜୀ,୩୦ା୧: ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ନାକରେ ନଳୀ ଲାଗିବା ଅବସ୍ଥାରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବୁଧବାର ବଜେଟ୍ ଉପସ୍ଥାପନ କରିବା ସମୟରେ ପରିକର ପୁରା ଜୋସ୍ରେ ଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେ ‘ମୁଁ ପୁଣିଥରେ ପ୍ରତିଶ୍ରୁତି ଦେଉଛି ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ପୂର୍ଣ୍ଣ ପ୍ରାଣରେ ଗୋଆର ସେବା କରିବି। ମୋ ମଧ୍ୟରେ ଜୋସ ରହିଛି ଓ ମୁଁ ପୂରା ହୋସରେ ଅଛି।’ ୬୨ବର୍ଷୀୟ ପରିକର ୨୦୧୮ ମାର୍ଚ୍ଚରୁ ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ଆମେରିକା ଓ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଫେରିବା ପରେ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି।